ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରଥଯାତ୍ରା ବ୍ୟବସ୍ଥାବଳୀ; ଶ୍ରୀଜିଉଙ୍କ ଦର୍ଶନରେ ଅବରୋଧ କରିବେନି ସେବାୟତ, ଅନଧିକୃତ ବ୍ୟକ୍ତି ଚଢିବେନି ରଥ

Published By : Rasmita Pradhan | June 26, 2025 10:43 AM

ପୁରୀ,୨୬/୬ : ରଥଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ । ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ସୂଚନା ମୁତାବକ, ରଥଯାତ୍ରାରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜିଉଙ୍କ ନୀତି ଯେପରି ସମ୍ପାଦନ ହେବ, ସେଥିପାଇଁ ସମସ୍ତ ପାଳିଆ ସେବକ, ନିଯୋଗ ସଭାପତି, ସମ୍ପାଦକ, ବଦଳ ପାଳିଆ ଏବଂ କର୍ତ୍ତବ୍ୟରତ କର୍ମଚାରୀ ସଜାଗ ରହିବେ । ୨୭ ତାରିଖ ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ପ୍ରଶାସକ, ଅନ୍ୟାନ୍ୟ ଅଧିକାରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଂପୃକ୍ତ ନିଯୋଗମାନଙ୍କର ସଭାପତି ଓ ସମ୍ପାଦକ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶ୍ରୀଜିଉଙ୍କ ନୀତି ତ୍ୱରାନ୍ୱିତ କରିବେ। ଶ୍ରୀଗୁଣ୍ଡିଚା ଦିନ କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ବା ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏଥି ନିମନ୍ତେ କର୍ତ୍ତବ୍ୟରତ ଅଧିକାରୀ ଓ କର୍ମଚାରୀ ଦୃଷ୍ଟି ଦେବେ । 

ପ୍ରାତଃ ୪ ଘଟିକା ପୂର୍ବରୁ ରଥରେ ଚାରମାଳ ବନ୍ଧା ଓ ଫୁଲ ସଜ୍ଜା ସରିବ । ଫୁଲ ସଜ୍ଜା ଯୋଗୁଁ ଶ୍ରୀଜିଉଙ୍କ ଦର୍ଶନ ଯେପରି ଅବରୋଧ ସୃଷ୍ଟି ନ କରିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଅନଧିକୃତ ବ୍ୟକ୍ତିମାନେ ରଥ ଆରୋହଣ କରିବା ବା ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ । ରଥ ଉପରେ ଯେପରି କୌଣସି ଅନଧିକୃତ ବ୍ୟକ୍ତି ନ ଚଢ଼ନ୍ତି କିମ୍ବା ନ ରହନ୍ତି ସେଥିପ୍ରତି ଦଇତାପତି ନିଯୋଗ ସଭାପତି, ସଂପାଦକ, ବାଡ଼ଗ୍ରାହୀ ସେବକ, ଶୋଧ ଦଳ, କର୍ଭବ୍ୟରତ ସରକାରୀ ପୁଲିସ୍‌ ଓ ଶ୍ରୀମନ୍ଦିର ପୁଲିସ ଦୃଷ୍ଟି ଦେବେ । 

ରଥାରୂଢ଼ ଶ୍ରୀବିଗ୍ରହମାନଙ୍କର ସ୍ପଷ୍ଟ ଦର୍ଶନ ନିମନ୍ତେ ଠାକୁରଙ୍କର ସେବାପୂଜା ନଥିବା ସମୟରେ କୌଣସି ସେବକ ଶ୍ରୀବିଗ୍ରହମାନଙ୍କର ଉଭୟ ଭୁଜ ମଧ୍ୟରେ ବା ସମ୍ମୁଖରେ ଛିଡ଼ା ହେବେ ନାହିଁ । ଶ୍ରୀବିଗ୍ରହମାନଙ୍କ ଭୁଜ ଉପରେ ଭରା ଦେଇ କୌଣସି ସମୟରେ ଛିଡ଼ା ହୋଇ ରହିବା କିମ୍ବା ଶ୍ରୀଜିଉଙ୍କୁ ପିଠି କରି ବସିବା ସମ୍ପୂର୍ଣ୍ଣ ନିଷେଧ । ଏହା କାର୍ଯ୍ୟକାରୀ କରିବା ପାଇଁ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଓ ବାଡ଼ଗ୍ରାହୀମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ରହିବ ବୋଲି ଶ୍ରୀମନ୍ଦିର ବ୍ୟବସ୍ଥାବଳୀରେ ବିଶେଷ ସୂଚନା ଜାରି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.