ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ

Published By : Rasmita Pradhan | June 26, 2025 7:49 AM

ପୁରୀ,୨୬/୬ : ସରିଲା ଅଣସର...ପ୍ରତୀକ୍ଷାର ଅନ୍ତ। ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା। ଇଏ ମିଳନର ମୁହୂର୍ତ୍ତ। ଚକା ଆଖି ସହ ମିଶିଲା ଆଖି। ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ। ଅଗଣିତ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ସକାଳ ୯ଟା ଯାଏଁ ପରିମାଣିକ ବା ଟିକେଟ୍ ଦର୍ଶନ ବ୍ୟବସ୍ଥା ରହିଛି। ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ରହିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଭକ୍ତଙ୍କୁ କୋଳେଇ ନେବାକୁ ଅଣସର ପିଣ୍ଡିରେ ବାହୁ ପ୍ରସାରି ଦେଇଛନ୍ତି କାଳିଆ ସାଆନ୍ତ। ଏହି ଦିବ୍ୟ ମୁହୂର୍ତ୍ତର ସାନ୍ନିଧ୍ୟ ଲଭିବାକୁ ଲକ୍ଷାଧିକ ଜଗନ୍ନାଥ ପ୍ରେମୀ ଅପେକ୍ଷାରତ । ଅମାବାସ୍ୟାରେ ଦତ୍ତମହାପାତ୍ରେ ଶ୍ରୀବିଗ୍ରହଙ୍କ ବନକଲାଗି ଶେଷ କରିଛନ୍ତି । 

ଭୋଗ ସମୟ ବ୍ୟତୀତ ଅନ୍ୟ ସମୟରେ ଜୟବିଜୟ ଦ୍ୱାର ଖୋଲା ରହି ଦର୍ଶନ ସୁବିଧା କରାଯିବ । କୌଣସି ଅନଧିକୃତ ବ୍ୟକ୍ତି ଠାକୁରଙ୍କ ନିକଟକୁ ଯିବେ ନାହିଁ କିମ୍ବା ସ୍ପର୍ଶ କରିବେ ନାହିଁ । ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟତୀତ ଭକ୍ତମାନେ ବାହାର କାଠ ନିକଟରେ ଠାକୁରଙ୍କ ଦର୍ଶନ ପାଇବେ । ସକାଳ ସାଢ଼େ ୧୧ଟାରେ ଧୁଆଧୋଇ ହୋଇ ଚୁନ ପାଣି ପଡ଼ିବ । ୧୨ଟାରେ ଦଇତାପତିମାନେ ଠାକୁରଙ୍କ ପ୍ରଥମ ସର୍ବାଙ୍ଗ ସହ ବନ୍ଦାପନା କରିବେ । ସାଢ଼େ ୧୨ଟାରେ ହେବ ନେତ୍ରୋତ୍ସବ ବନ୍ଦାପନା । ଏହି ଦିନ ଶ୍ରୀମନ୍ଦିରରେ ନେତ୍ରାତ୍ସବର ବିଶେଷ ନୀତି ପାଳନ ହୋଇଥାଏ । ନେତ୍ରୋତ୍ସବ ପରଦିନ ରଥଯାତ୍ରା ହୋଇଥିବାରୁ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ରହିଛି । ନବଯୌବନ ଦର୍ଶନ ପାଇଁ ବିଳମ୍ବ ହେଲେ ପରଦିନ ମହାପ୍ରଭୁଙ୍କର ନୀତିକାନ୍ତି ମଧ୍ୟ ବିଳମ୍ବ ହେବ । ତେବେ ଦର୍ଶନ ବନ୍ଦ ସମୟରେ ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଆସିବେ ସେମାନେ ବେଢ଼ା ପରିକ୍ରମା କରିବା ସହିତ ମହାପ୍ରସାଦ ସେବନ କରିପାରିବେ । ଏହି ନୀତିନିର୍ଘଣ୍ଟ ସ୍ଥିର ହୋଇଥିଲେ ମଧ୍ୟ ଦର୍ଶନ ସମୟ ଠାକୁରଙ୍କ ନୀତିକାନ୍ତି ଉପରେ ନିର୍ଭର କରିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.