ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାୟୀ କୁଳପତି ନିଯୁକ୍ତି ନେଇ ଜନସ୍ୱାର୍ଥ ମାମଲା: ଜବାବ ତଲବ କଲେ ହାଇକୋର୍ଟ

Published By : Rasmita Pradhan | June 24, 2025 3:01 PM

କଟକ, ୨୪/୦୬ : ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଥାୟୀ ତଥା ଭାରପ୍ରାପ୍ତ କୁଳପତି ନିଯୁକ୍ତି ସମ୍ପର୍କରେ ଆଗତ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ପ୍ରାଥମିକ ଶୁଣାଣି। ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ଉଚ୍ଚ ନ୍ୟାୟାଳୟ। ମୁଖ୍ୟ ବିଚାରପତି ହରିଶ୍ ଟାଣ୍ଡନ ଓ ବିଚାରପତି ଏମ.ଏସ . ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।

ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ପ୍ରବୀର କୁମାର ଦାସଙ୍କ ଦ୍ଵାରା ରୁଜୁ ହୋଇଥିବା ଏହି ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୪ରେ ସମ୍ପୂର୍ଣ୍ଣ ହେବା ପରେ କୁଳାଧିପତି (ଚାନ୍ସେଲର) ତାଙ୍କର କାର୍ଯ୍ୟକାଳ ଛଅମାସ ବୃଦ୍ଧି କରିଥିଲେ । ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୨୩ ମେ' ୨୦୨୫ରେ ସମାପ୍ତ ହେଲାପରେ କୁଳାଧିପତି ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲଜି ବିଭାଗର ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ ୨୭ ମେ ୨୦୨୫ରେ ନିଯୁକ୍ତି ଦେଇଥିଲେ। କିନ୍ତୁ କୌଣସି କାରଣବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନହେଲେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ (୧୦) ଅନୁସାରେ ଅନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି । ତେଣୁ କୁଳାଧିପତିଙ୍କ ଦ୍ଵାରା ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରି ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅନୁସାରେ ଅନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ରୂପେ ନିଯୁକ୍ତି ଦେବାକୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.