ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବୁଖାରୀ ବାବାଙ୍କ ପୀଠରେ ଚାଦର ପ୍ରଦାନ ଓ ସାମୁହିକ ଦୁଆ

Published By : Gurupada Nath | June 22, 2025 7:35 PM

କଟକ,୨୨/୬ : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତା ତଥା ବିଜେଡି ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ମୁମ୍ବାଇଠାରେ ଅସ୍ତ୍ରରପ୍ରଚାର ହେବାକୁ ଯାଉଥିବାବେଳେ ବିଜେଡି ସଂଖ୍ୟା ଲଘୁ ସେଲ୍ କଟକ ପକ୍ଷରୁ ରାଜ୍ୟସଭା ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ କଟକ ଗଡ଼ ଖାଇସ୍ଥିତ ସର୍ବ ଧର୍ମ ସମନ୍ୱୟର ପୀଠ ଭାବେ ପରିଚିତ ସୈୟଦ୍ ଅଲ୍ଲୀ ବୁଖାରୀ ସହିଦ୍ (ବାବା ବୁଖାରୀ) ଙ୍କ ପୀଠରେ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତେ୍ରାପ୍ରଚାର ଓ ଦୃତ ଆଶୁ ଆରୋଗ୍ୟ କାମନା ବାବାଙ୍କ ମଜାର ସରିଫ ଠାରେ ଚାଦର ଚଢ଼ା ଯାଇ ସାମୁହିକ ଦୁଆ (ପ୍ରାର୍ଥନା) କରାଯାଇଥିଲା।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ନବୀନ ପଟ୍ଟନାୟକଙ୍କ ଶତାଧିକ ସର୍ମଥକ, ଶୁଭେଚ୍ଛା ସହ ବହୁ ସଂଖ୍ୟକ ବିଜେଡ଼ିର ନେତା କର୍ମୀ ଯୁବ, ଛାତ୍ର, ମହିଳା, ସଂଖ୍ୟା ଲଘୁ ସେଲ୍ କର୍ମକର୍ତ୍ତାମାନେ ଯୋଗଦେଇ ଦୁଆ(ପ୍ରାର୍ଥନା )କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମହାନଗର ସଭାପତି ମଧୁସୂଦନ ସାହୁ, ନିରାମୟର ପୂର୍ବତନ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ, ବିଜେଡି ସଂଖ୍ୟା ଲଘୁ ସେଲ୍ ସଭାପତି ତଥା ଓଡ଼ିଶା ବୋର୍ଡ଼ ଅଫ ୱାକଫର ପ୍ରାକ୍ତନ ଚେୟାରମ୍ୟାନ ସୈୟଦ୍ ଏକ୍ରାମ ହୁସେନ, ପୂର୍ବତନ କର୍ପୋରେଟର ରମଜାନ ଖାନ୍, ଛାତ୍ର ବିଜେଡି ଜିଲ୍ଲା ସଭାପତି ଆସିଫ୍ ଅମିନ, ସୌମ୍ୟଦୀପ ଘୋଷ, ସନ୍ତୋଷ ମହାପାତ୍ର, ମେହେଦୁଲ ଇସଲାମ, ସୈୟଦ୍ ଜଲିଲ, ଫିରୋଜ ଖାନ୍, ଅମଜାଦ ଖାନ୍, ଶେଖ ଆବିଦ୍, ସବ୍ବିର ଅନସାର, ଫୈଜୁର ରହେମାନ ମହମ୍ମଦ ଆସିଫ, ଆର କେ ରେଡ୍ଡୀ, ଜରିନ୍ ମୁସ୍ତାକ, ଇଦଗାହା ପରିଚାଳନା କମିଟିର ସମ୍ପାଦକ ମୋକିମ ଖାନ୍, ଉଜାଲେଖାନ ମସଜିଦ ପରିଚାଳନା କମିଟିର ସମ୍ପାଦକ ରିୟାଜ ଖାନ, ସୈୟଦ୍ ମଲ୍ଲିଉଲ୍ଲା,ତନ୍ମମୟା ଦାସ, ଜନସନ ମହାପାତ୍ର, ଆଡ଼ଭୋକେଟ ଗଦାଧର ସାହୁ, ପ୍ରଦୀପ ସିଂ ପ୍ରମୁଖ ଯୋଗଦେଇ ଥିଲେ। ‎

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.