ବଙ୍ଗୋମୁଣ୍ଡା, ୨୫/୦୬: ବିଜେଡ଼ି ପକ୍ଷରୁ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ। ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ବଢୁଥିବା ମହିଳା ନିର୍ଯାତନା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଏନେଇ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଆଗରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ନବୀନ ସରକାର ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦିଆଯାଉଥିଲା କିନ୍ତୁ ବିଜେପି ସରକାର ଆସିବ ଦିନରୁ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଥିବା ନେଇ ବିକ୍ଷୋଭ ହୋଇଛି। ଏଥିରେ ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ବ୍ଲକ ଯୁବ ଉପସଭାପତି ବାଳକୃଷ୍ଣ ଭାଟି, ଛାତ୍ର ନେତା ପିଣ୍ଟୁ ଦାସ, ପିଙ୍କୁ ସାହୁ ଓ ଯୁବ ଛାତ୍ରଛାତ୍ରୀ ସାମିଲ ଥିଲେ।

ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରାଜ ପାର୍ଟି’କୁ ମିଳିଲା...