ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାସ୍ତା ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ , ଅଧା ବାଟରେ ପ୍ରସବ କଲେ ମହିଳା

Published By : Gurupada Nath | June 25, 2025 6:22 PM

ଫିରିଙ୍ଗିଆ, ୨୫/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥମିବାରେ ନା ଧରୁନି ଜନନୀ ଯନ୍ତ୍ରଣା । କେଉଁଠି ଗର୍ଭବତୀଙ୍କୁ ବୁହା ହେଉଛି ତ କେଉଁଠି ଖଟିଆରେ ବୋହି ଆମ୍ବୁଲାନ୍ସକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ରାସ୍ତା ନ ଥିବାରୁ ଫିରିଙ୍ଗିଆ ବ୍ଲକର ଅଧିକାଂଶ ଉପାନ୍ତ ଅଞ୍ଚଳ ହେଉ କି ଗ୍ରାମାଞ୍ଚଳମାନଙ୍କରେ ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିବାବେଳେ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ, ଅସହାୟ ସମେତ ଜନସାଧାରଣ l 

ଏଭଳି ପୁଣି ଏକ ଜନନୀ ଯନ୍ତ୍ରଣା ସହ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁରେ । ସ୍କୁଲ ସାହି ଏହି ଗାଁରେ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ବି ନ ଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି l ଆଜି ଏହି ପାଣ୍ଡୁପଦର ଗାଁର ତପୋବନ ମଲିକଙ୍କ ସ୍ତ୍ରୀ ତପସ୍ୱିନୀ କହଁର(୨୬) ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଫିରିଙ୍ଗିଆ ମେଡିକାଲକୁ ଯିବା ପାଇଁ ୧0୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନ ଥିବାରୁ ଏବଂ କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁ ପଦର ଗାଁକୁ ଯାଇପାରିନଥିବାବେଳେ ପ୍ରାୟ ୪ କିଲୋମିଟର ଦୂରରେ ଅଟକି ଯାଇଥିଲା । ତେବେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ସହ ରାସ୍ତା ନ ଥିବାରୁ ପରିବାର ଏବଂ ଗାଁ ଲୋକେ ଏକ ଅଟୋକୁ ଡାକି ଅଟୋରେ ବସାଇ କାଦୁଅ ରାସ୍ତାରେ ଠେଲି ଠେଲି ୪କିଲୋମିଟର ଦୂର ନେବା ବାଟରେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ l

ନିଜେ ଆଶା ଦିଦି ପୁଷ୍ପା ମଲିକ ପିଲାକୁ ଧରି କିଛି ବାଟ ଚାଲି ଚାଲି ଆସିଥିଲେ ଆଉ ଡେଲିଭରି ମା’କୁ ଅଟୋରେ ବିଲ ମଝିରେ ଠେଲି ଠେଲି ଆଣିଥିଲେ ବହୁ କଷ୍ଟରେ । ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ଓ ଅସହାୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରସୁତି ମହିଳାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ତେବେ ଫିରିଙ୍ଗିଆ ବ୍ଲକରେ ଏଭଳି ଜନନୀ ଯନ୍ତ୍ରଣା ଲାଗି ରହିଥିବାବେଳେ ପାଣ୍ଡୁ ପଦର ଅଞ୍ଚଳବାସୀ ଦୀର୍ଘ ବର୍ଷ ହେବ ରାସ୍ତା ପାଇଁ ଦାବି କରିଥିଲେ ମଧ୍ୟ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିନଥିବାରୁ ଏଭଳି ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି l ଅନ୍ୟପଟେ ଡାକ୍ତର ସୁମନ୍ତ କୁମାର ମାଝୀଙ୍କୁ ପଚାରିବାରୁ ମା ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.