ତୁରେକେଲା,୨୫/୬ : ଓଡିଶା ବିଧାସଭା ଗୃହ କମିଟି ସଦସ୍ୟଙ୍କ କଣ୍ଟାବାଞ୍ଜି ଗସ୍ତ କାର୍ଯ୍ୟକ୍ରମ ଥିଲା। କଣ୍ଟାବାଞ୍ଜି ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ଵରେ ୯ ଜଣ ବିଧାୟକ ବିଭିନ୍ନ ଉନ୍ନତି ମୂଳକ କାମର ତଦାରଖ କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ତୁରେକେଲା ବ୍ଲକରେ ପ୍ରଥମେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ଭିତ୍ତି ଭୂମି ଦେଖିବା ସହ ଦେଖାଯାଉଥିବା ପାନୀୟ ସମସ୍ୟା ଦୂର କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ।
ପରେ ବିଧାୟକମାନେ ବିଭିନ୍ନ ଶ୍ରେଣୀ ଗୃହ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ପାଠ ପଢା ବିଷୟରେ ସମସ୍ୟା କ‘ଣ ଅଛି ବୋଲି ପଚାରି ବୁଝିଥିଲେ। କମିଟି ଅଧ୍ୟକ୍ଷ ଏବଂ ସଦସ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସମୟରେ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ସହ ସଦସ୍ୟ ତଥା ମାଲକାନଗିରି ବିଧାୟକ ଛାତ୍ରଛାତ୍ରୀ ମାନଙ୍କ ତିଆରି ହୋଇଥିବା ରୋଷେଇ ରେ କଣ ହୋଇଛି ବୋଲି ପାଚିକାକୁ ପଚାରିବା ସହ ରଶୋଇ ଘର ପଶି ରନ୍ଧା ଯାଇଥିବା ମାନ ଯାଞ୍ଚ କରିଥିଲେ। ସେଠାରୁ ଏହି କମିଟି ନବ ନିର୍ମିତ ତୁରେକେଲା ଡ଼ାକ୍ତରଖାନା ବିଲ୍ଡିଂ ବୁଲି ଦେଖିଥିଲେ ।
ତୁରନ୍ତ ବିଲ୍ଡିଂ କାର୍ଯ୍ୟକମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ବଡବାଙ୍କି ପଞ୍ଚାୟତ ମୁଣ୍ଡକାନି ରେ ହେଇଥିବା ମେଗା ଜଳ ପ୍ରକଳ୍ପ କାମର ତଦାରଖ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଘର ଘର ଜଲ୍ ହର ଘର ଜଳ ଯୋଜନାରେ ୧୭ ଟି ପଞ୍ଚାୟତ ର ୮୭ ଟି ଗାଁର ଲୋକ ପିଇବା ପାଣି ପାଇବେ। ପରେ ଏହି କମିଟି ଅନ୍ୟ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏହି କମିଟି ଗସ୍ତ ସମୟରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ, ଉପ ଜିଲ୍ଲାପାଳ, ଗ୍ରାମ୍ୟ ଜଳ ଯୋଗାଣର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ଥିଲେ।