ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଧରାକୋଟ କଙ୍ଗାରୁ କୋର୍ଟ ଘଟଣା ; ପୀଡ଼ିତ ପରିବାରଙ୍କୁ ଭେଟିଲା କଂଗ୍ରେସର ଉଚ୍ଚ ପ୍ରତିନିଧି ଦଳ

Published By : Gurupada Nath | June 25, 2025 8:31 PM

ଧରାକୋଟ,୨୫/୬ :  ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗ୍ରାମରେ ଘଟିଥିବା ଘଟଣାରେ କିଛି ବ୍ୟକ୍ତି ସିଙ୍ଗିପୁର ଗ୍ରାମର ବାବୁଲା ନାଇକ ଓ ବୁଲୁ ନାଇକଙ୍କୁ ଗୋ ଚାଲଣା ନେଇ ନିର୍ଯାତନା ଦେଇଥିଲେ । ଏ ଘଟଣା ଗୁରୁତର ପ୍ରସଙ୍ଗ ହୋଇଥିବାବେଳେ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ଦଳ ପିଡିତଙ୍କୁ ଭେଟି ଘଟଣାସ୍ଥଳକୁ ପରିଦର୍ଶନ କରି ପୋଲିସର ଦୃଷ୍ଟି ଆକର୍ଷଣ କରିଥିବାବେଳେ ବୁଧବାର ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ବରେ ଡଃ ଲାଲ ଟେନ୍ଦୁ ମହାପାତ୍ର (ରାଜ୍ୟ ଉପ ସଭାପତି) ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ରାଜ୍ୟ ସଂପାଦକ ସୁବର୍ଣ୍ଣ ନାୟକ, ସଂପାଦକ ତୁଲେଶ୍ଵର ନାୟକ, ପ୍ରମୁଖ ପିଡିତ ପରିବାରଙ୍କୁ ଭେଟି ସମସ୍ତ ବିଷୟ ବୁଝିବା ସହ ଘଟଣାର ଦୃଢ଼ ନିନ୍ଦା କରିବା ସହ ଏହି ଘଟଣାରେ ସଂପୃକ୍ତ ରହିଥିବା ବ୍ୟକ୍ତି ବିଶେଷମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଏବଂ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଧରାକୋଟ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାନଖେମୁଣ୍ଡି ବିଧାୟକ ପିଡିତ ବ୍ୟକ୍ତି ଦୁଇ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଏହି ଟିମ୍ ସହ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆଦିବାସୀ ବର୍ଗର ମୁଖ୍ୟ ମୁଖ୍ୟ କର୍ମକର୍ତ୍ତା ମଧ୍ୟ ସିଙ୍ଗିପୁରରେ ପହଞ୍ଚି ଦୁଇ ପୀଡ଼ିତଙ୍କୁ ଭେଟିଛନ୍ତି। ଏହି ଘଟଣାରେ ଗତକାଲି ୯ ଜଣ ଗିରଫ ହୋଇଥିବାବେଳେ ବୁଧବାର ଏ ମାମଲାରେ ପୁଣି ଏକାଧିକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ଏଥିରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆସିକା ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନା କହିଛନ୍ତି। ସିଙ୍ଗିପୁର ପୂର୍ବତନ ସରପଂଚ ତଥା ବର୍ତ୍ତମାନର ସମିତି ସଭ୍ୟ ପ୍ରଫୁଲ୍ଲ ଦାସ ଦାବି କରିଛନ୍ତି ପ୍ରକୃତ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ପୋଲିସ ଗିରଫ କରିବା ସହ ଦୁଇ ପିଡିତଙ୍କୁ ଉଚିତ୍ ନ୍ୟାୟ ମିଳିବା ପାଇଁ ଦାବି କରିଛନ୍ତି। ଏହି ଘଟଣା ଅତି ଲଜ୍ୟା ଜନକ ଏବଂ ସରକାରଙ୍କ ଅପାରଗତାକୁ ସୂଚାଉଛି ବୋଲି କଂଗ୍ରେସ ନେତାମାନେ ପ୍ରେସ ବିବୃତିରେ କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.