ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସୀମାନ୍ତରୁ ୪ ମାଓବାଦୀ ଗିରଫ, ବନ୍ଧୁକ ଗୋଳା ବାରୁଦ ଜବତ

Published By : Gurupada Nath | June 25, 2025 10:14 PM

ମାଲକାନଗିରି, ୨୫/୬ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲାରେ ତଲାସି ଅଭିଯାନ ବେଳେ ଯବାନମାନେ ୪ଜଣ ମାଓବାଦୀଙ୍କୁ ଗିରଫ ସହ ବନ୍ଧୁକ ଗୋଳା ବାରୁଦ ଜବତ କରିଛନ୍ତି। ଗିରଫ ମାଓବାଦୀ ମାନେ ଗତ କିଛିଦିନ ପୂର୍ବେ ହୋଇଥିବା ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣାରେ ସାମିଲ ଥିବା ଜଣା ପଡିଛି। ସୂଚନା ଅନୁସାରେ ଛତିଶଗଡ଼ର କୋଣ୍ଡାଗାଓଁ, ଜଗଦଲପୁର ଏବଂ ଆଲବେଡା ଥାନା ଅନ୍ତର୍ଗତ ଟାକିଲୋଡ, ରେକାୱାୟା, ବାଡେଟୋଣ୍ଡାବେଡା ଅଞ୍ଚଳରେ ଡିଆରଜି ଏବଂ ଏସଟିଏଫର ଯବାନମାନଙ୍କ ଏକ ମିଳିତ ବାହିନୀ ମୋ ଦମନ ନିମନ୍ତେ ତଲାସି ଅଭିଜନ କରୁଥିବାବେଳେ ଚମ୍ପା କର୍ମା, ମାଙ୍ଗି ମାଣ୍ଡାଭି, ଲାଛୁ ମାଣ୍ଡାଭି ଏବଂ ସାଙ୍କୁ ମାଣ୍ଡାଭିଙ୍କୁ ଜଙ୍ଗଲ ମଧ୍ୟରେ ଲୁଚି ପଳାଉଥିବାବେଳେ ଗିରଫ କରିଥିଲେ। 

ବାଡେଟୋଣ୍ଡାବେଡା ଜଙ୍ଗଲରୁ ଏହି ମାଓବାଦୀ ମାନେ ଗିରଫ ହୋଇଥିବା ବେଳେ ଏମାନଙ୍କ ନ୍ମଧ୍ୟରେ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ  ମାଓବାଦୀ ରହିଛନ୍ତି। ସେମାନଙ୍କଠାରୁ ଦୁଇଟି ୧୨ ବୋର ବନ୍ଧୁକ, ଗୋଟିଏ ୩୧୫ ବୋର ରାଇଫଲ୍, ପାଞ୍ଚଟି ଜୀବନ୍ତ ରାଉଣ୍ଡ ଗୁଳି ଏବଂ ତିନୋଟି ଡେଟୋନେଟର୍ ଜବତ କରାଯାଇଥିଲା ଏବଂ ଉପରୋକ୍ତ ଘଟଣାରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.