ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବୈଦେଶ୍ଵର ଥାନା ଅଞ୍ଚଳରେ ସିରିଜ୍ ଚୋରି

Published By : Rasmita Pradhan | June 23, 2025 2:15 PM

ବୈଦେଶ୍ଵର, ୨୩/୬ : କଟକ ଜିଲ୍ଲା ବୈଦେଶ୍ଵର ଥାନା ଅଞ୍ଚଳରେ ସିରିଜ୍ ଚୋରି। ଜଗନ୍ନାଥପୁର ଖଲିପଲ୍ଲୀ ଗ୍ରାମରେ ଲୁଟେରାଙ୍କ ଉତ୍ପାତ। ଅନ୍ଧାରର ସୁଯୋଗ ନେଇ ୩ଟି ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। କବାଟ ଧଡ଼ା ଟେକି କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। 

ସୂଚନାନୁଯାୟୀ, ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତ ଖଇରପଙ୍ଗା ଗ୍ରାମରେ ଡ୍ରାମା ଚାଲୁଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟ୍ କରିଥିଲେ। ଏହି ଘଟଣାକୁ ୨୦ ଦିନ ପୁରିଥିଲେ ବି ବୈଦେଶ୍ଵର ପୁଲିସ ହାତ ଖାଲି। ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ। ସେପଟେ ଚୋରକୁ ଧରିବା ପାଇଁ ଖଟିଆ ବୁଲାଉଥିଲେ ଗ୍ରାମବାସୀ। ଏନେଇ ୪ ଜଣ ସାମ୍ବାଦିକ ଘଟଣାସ୍ଥଳକୁ ଯାଇ ରିପୋର୍ଟିଂ କରିଥିଲେ। ଯେଉଁଥିପାଇଁ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କ ସହ ସେଠାକୁ ଯାଇଥିବା ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏବେ ବୈଦେଶ୍ଵର ଥାନା ଅଞ୍ଚଳରେ ପୁଣି ଏକ ଚୋରି ଘଟଣାକୁ ନେଇ ଲୋକମାନେ ଭୟଭୀତ ହୋଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.