ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପୁରୀରେ ମାଗଣା ସେବା ଦେବେ ୨୦୦ ଅଟୋ ଓ ୩୬ ବସ୍‌, ବ୍ୟବସାୟିକ ଅଟୋ ନଚଲାଇବାକୁ ନିର୍ଦ୍ଦେଶ

Published By : Rasmita Pradhan | June 25, 2025 12:37 PM

ପୁରୀ,୨୫/୦୬ : ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ପୁରୀ ସହର ଭିତରେ ମାଗଣା ପରିବହନ ସେବା ଯୋଗାଇ ଦିଆଯିବ । ବାହାର ରାଜ୍ୟ ତଥା ବାହାର ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁମାନେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ପହଞ୍ଚି ଯେଉଁଭଳି ସମସ୍ୟା ନ ଭୋଗିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଅଟୋ, ବସ୍‌ ଯୋଗେ ସେମାନଙ୍କୁ ସହର ନିକଟସ୍ଥ ବିଭିନ୍ନ ସ୍ଥାନକୁ ଅଣାଯିବ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ୨୦୦ଟି ଅଟୋ ଏବଂ ୩୬ଟି ବସ୍‌ ଚାଲିବ । ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶରେ ଏହି ଅଟୋ ଏବଂ ବସ୍‌ରେ ଶ୍ରଦ୍ଧାଳୁମାନଙ୍କୁ ମାଳତିପାଟପୁର ଏବଂ ତାଳବଣିଆ ବସ୍‌ଷ୍ଟାଣ୍ଡରୁ ଅଣାଯିବ । ଏହି ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । 

ଏହି ୩ ଦିନରେ ଅନ୍ୟ ବ୍ୟବସାୟିକ ଅଟୋ ନଚଲାଇବାକୁ କୁହାଯାଇଛି । ବ୍ୟବସାୟିକ ଅଟୋ ଚାଲିଲେ ଗଳିକନ୍ଦିରେ ଭିଡ଼ ହେବା ସହ ରାସ୍ତା ଜାମ୍‌ ହେଉଛି । ଏଣୁ ଏହାକୁ ପ୍ରତିହତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ । ସମସ୍ତ ଟୁରିଷ୍ଟ ବସ୍‌ ମାଳତିପାଟପୁରରେ ପାର୍କିଂ ହେବ । ସେହିଭଳି ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ କଟକ, ଭୁବନେଶ୍ୱର, ନିରାକାରପୁର, ନିମାପଡ଼ା ପଟୁ ଆସୁଥିବା ବସ୍‌ ମାଲତୀପାଟପୁର ଫ୍ଲାଏ ଓଭର ଦେଇ ତାଳବଣିଆକୁ ଯାଇ ସେଠାରେ ପାର୍କିଂ ହେବ । ଏହି ଦିବସକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ବସ୍‌ ସବୁ ଗୁଣ୍ଡିଚା ମନ୍ଦିର ନିକଟ ପୌରପାଳିକା ବସ୍‌ଷ୍ଟାଣ୍ଡରେ ରହିବ । ଏସବୁର ସୁପରିଚାଳନା ପାଇଁ ପୁରୀ ଆର୍‌ଟିଓ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ତାଳବଣିଆରେ ଯାତ୍ରୀଙ୍କ ପାଇଁ ଏକ ବୃହତ ଅସ୍ଥାୟୀ ବିଶ୍ରାମ କକ୍ଷ ନିର୍ମାଣ କରାଯିବ । ଏଥିରେ ୫୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ରହିବା ବ୍ୟବସ୍ଥା ହେବ । ଏମାନଙ୍କ ପାଇଁ ଖାଦ୍ୟ, ପାନୀୟ ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯିବ । 

ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ୱତନ୍ତ୍ର ୪ଟି ସ୍କ୍ୱାଡ୍‌ ସହରରେ ବୁଲିବେ । ଏମାନେ ନିୟମିତ ଭାବେ ଗାଡ଼ି ମୋଟରର ଯାଞ୍ଚ କରିବେ । ମଦ୍ୟପ ଚାଳକ, ଓଭର ସ୍ପିଡ୍‌, ଓଭର ଲୋଡିଂ ଗାଡ଼ିଗୁଡିକ ପ୍ରାଥମିକତାର ସହ ଯାଞ୍ଚ ହେବ । ଏନ୍‌ଏଚ୍‌ରେ କୌଣସି ଦୁର୍ଘଟଣା ହେଲେ ତତ୍‌କ୍ଷଣାତ ରାସ୍ତା ଖାଲି କରିବା ପାଇଁ ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ରେନ୍‌ ସହ ଅଧିକାରୀମାନେ ନିୟୋଜିତ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.