ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥଯାତ୍ରା ପାଇଁ ‘ଇକୋର୍‌ ଯାତ୍ରା' ଆପ୍‌ : ଟ୍ରେନ୍‌ ସମୟ, ରହଣି ଓ ପ୍ଲାଟଫର୍ମ ନମ୍ବର ସୂଚନା ମିଳିବ

Published By : Rasmita Pradhan | June 25, 2025 8:31 AM

ଭୁବନେଶ୍ୱର,୨୫/୦୬ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୂର୍ବତଟ ରେଲୱେ ଦେଲା ସ୍ୱତନ୍ତ୍ର ଭେଟି । ତୀର୍ଥଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ‘ଇକୋର୍‌ ଯାତ୍ରା (ଇସିଓଆର୍‌ ଯାତ୍ରା)’ ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ । ଏହି ଆପ୍‌ ଯାତ୍ରୀମାନଙ୍କୁ ରଥଯାତ୍ରା ସମୟରେ ରେଳ ସମ୍ପର୍କିତ ସମସ୍ତ ସେବା ଓ ସୁବିଧା ପାଇଁ ଏକ ବ୍ୟାପକ ଡିଜିଟାଲ୍‌ ମାର୍ଗଦର୍ଶିକା ପ୍ରଦାନ କରିବ । ରଥଯାତ୍ରା ସମୟରେ ରେଳଯାତ୍ରୀଙ୍କୁ ଏକ ବାସ୍ତବ ସମୟ ସୂଚନା ପ୍ରଦାନ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍‌ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଏକ ଡିଜିଟାଲ୍‌ ରଥଯାତ୍ରା ସାଥୀ । 

ଯାତ୍ରୀମାନେ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌ଟି ଡାଉନଲୋଡ୍‌ କରି ବ୍ୟବହାର କରିପାରିବେ । ରଥଯାତ୍ରା-୨୦୨୫ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ନମ୍ବର, ସମୟ ଏବଂ ରହଣି ସ୍ଥାନ ସମେତ ଏକ ସମ୍ପୂର୍ଣ୍ଣ ତାଲିକା ଏହି ଆପ୍‌ରେ ଉପଲବ୍ଧ ରହିଛି । ଏହାବ୍ୟତୀତ ଆପ୍‌ରେ ଉପଲବ୍ଧ ପାନୀୟ ଜଳ, ଇ-କ୍ୟାଟରିଂ, ଚିକିତ୍ସା ସହାୟତା ବୁଥ୍‌, ସାର୍ବଜନୀନ ଶୌଚାଳୟ, ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲଚେୟାର, ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ-ଚାଳିତ ଯାନ ଆଦି ସେବା ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ସୂଚନାଥାଉ କି, ରଥଯାତ୍ରାକୁ ପୁରୀ ଯାଉଥିବା ସମସ୍ତ ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ଏବଂ ଅନାବଶ୍ୟକ ବିଳମ୍ବକୁ ଏଡ଼ାଇବା ପାଇଁ ଇକୋର୍‌-ଯାତ୍ରା ଆପ୍‌ ଡାଉନଲାଡ୍‌ କରିବାକୁ ପରାମର୍ଶ ଦେଇଛି ପୂର୍ବତଟ ରେଲୱେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.