ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ, ସୁନାପୁଅ ନୀରଜ ଜିତିଲେ ଟାଇଟଲ

Published By : Ankita S | June 25, 2025 8:08 AM

ନୂଆଦିଲ୍ଲୀ,୨୫/୦୬: ଡାଇମଣ୍ଡ ଲିଗ୍‌ ଜିତିବା ପରେ ପୁଣି କମାଲ କରିଛନ୍ତି ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା । ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଟାଇଟଲ ହାତେଇଛନ୍ତି ଅଲିମ୍ପିଆନ ନୀରଜ । ଏହି ସିଜନ୍‌ରେ ନୀରଜଙ୍କର ଏହା ଲଗାତାର ଦ୍ୱିତୀୟ ବଡ଼ ବିଜୟ । ନିକଟରେ ପ୍ୟାରିସ୍‌ରେ ଆୟୋଜିତ ଡାଇମଣ୍ଡ ଲିଗ୍‌ରେ ଜର୍ମାନୀର ଜୁଲିୟନ ୱେବରଙ୍କୁ ହରାଇ ବିଜେତା ହୋଇଥିଲେ ।

୬୪ତମ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଅଲିମ୍ପିଆନ ନୀରଜ ଚୋପ୍ରା ଟାଇଟଲ ବିଜେତା ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଡୌ ସ୍ମିତ୍‌ ଦ୍ୱିତୀୟ ଏବଂ ଗ୍ରାନାଡାର ଆଣ୍ଡରସନ୍‌ ପିଟର୍ସ ତୃତୀୟ ସ୍ଥାନ ହାସଲ କରିଥିଲେ । ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍‌ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରର ଗୋଲ୍ଡ ଇଭେଣ୍ଟ । ନୀରଜ ପ୍ରଥମ ଥର ଭାଗ ନେଇ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ।

ଅଧିକ ପଢନ୍ତୁ...ଇତିହାସ ରଚିଲେ ସୁନାପୁଅ ନୀରଜ ଚୋପ୍ରା; ଜୁଲିୟନ ୱେବରଙ୍କୁ ହରାଇ ଜିତିଲେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌

ତାଙ୍କର ପ୍ରଥମ ପ୍ରୟାସ ଫାଉଲ ଥିଲା । ଦ୍ୱିତୀୟ ପ୍ରୟାସରେ ନୀରଜ ୮୩.୪୫ ମିଟର, ତୃତୀୟରେ ୮୫.୨୯ ମିଟର, ଚତୁର୍ଥରେ ୮୨.୧୭ ମିଟର ଏବଂ ପଞ୍ଚମରେ ୮୧.୦୧ ମିଟର ଥ୍ରୋ କରିଥିଲେ । ଷଷ୍ଠ ଥ୍ରୋ ଫାଉଲ ଥିଲା । ଡୌ ୮୪.୧୨ ମିଟର ଏବଂ ଆଣ୍ଡରସନ ୮୩.୬୩ ମିଟର ଫିଙ୍ଗିଥିଲେ । ଗତ ୨୦ ତାରିଖରେ ପ୍ୟାରିସ ଡାଏମଣ୍ଡ ଲିଗ୍‌ରେ ୮୮.୧୬ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ ।

ଏହା ପୂର୍ବରୁ ୨୦୧୮ରେ ନୀରଜ ଚୋପ୍ରା ଆଇଏଏଏଫ କଣ୍ଟିନେଣ୍ଟାଲ କପ୍‌ ଜରିଆରେ ଓଷ୍ଟ୍ରାଭାରେ ଖେଳିଥିଲେ । ତାଙ୍କର ଥ୍ରୋ ୮୦.୨୪ ମିଟର ଥିଲା । ସେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ଗୋଲ୍ଡେନ୍ ସ୍ପାଇକ୍‌ରେ ପ୍ରଥମ ଥର ଭାଗ ନେଇଥିଲେ । ଦୋହା ଡାଇମଣ୍ଡ ଲିଗ୍‌ ଜିତି ନୀରଜ ସିଜିନ୍‌ ଆରମ୍ଭ କରିଥିଲେ । ୯୦ ମିଟର ବିଶାଳ ଥ୍ରୋ କରି ଦୋହା ଡାଇମଣ୍ଡ ଲିଗ୍‌ ଜିତିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.