ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପରଲୋକରେ 'ସ୍ପିନ୍ ପଞ୍ଚ' ଦିଲ୍ଲୀପ ଦୋଷୀ; ଇଂଲଣ୍ଡରେ ପୂର୍ବତନ ଭାରତୀୟ ସ୍ପିନରଙ୍କ ଶେଷ ନିଶ୍ବାସ ତ୍ୟାଗ

Published By : Soubhagya Ranjan | June 24, 2025 12:39 AM

ନୂଆଦିଲ୍ଲୀ,୨୪/୦୬: ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଦୋଷୀଙ୍କ ଦେହାନ୍ତ ହୋଇଛି। ଦିଲୀପ ଦୋଷୀ ୨୩ ଜୁନ୍ ସୋମବାର ଦିନ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ଦଶନ୍ଧି ଧରି ଲଣ୍ଡନରେ ରହୁଥିଲେ। ଦିଲୀପ ଦୋଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ସେ ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ମାତ୍ର ଚାରି ବର୍ଷର କ୍ୟାରିଅରରେ ଦିଲୀପ ଦୋଷୀ ୧୦୦ ରୁ ଅଧିକ ୱିକେଟ୍ ନେଇଥିଲେ। ସେ ହଠାତ୍ ଏବଂ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ କ୍ରିକେଟରୁ ଅବସର ନେଇଥିଲେ। ଦିଲୀପ ଦୋଷୀ ତାଙ୍କ କ୍ରିକେଟ କ୍ୟାରିଅର ଉପରେ ଏକ ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି, ଯାହାର ନାମ 'ସ୍ପିନ୍ ପଞ୍ଚ।'

ଟେଷ୍ଟ କ୍ରିକେଟରେ ଦିଲୀପ ନେଇଛନ୍ତି ୧୦୦ରୁ ଅଧିକ ଓ୍ବିକେଟ:

ଦିଲୀପ ଦୋଷୀ ଭାରତର ଜଣେ ବାମହାତୀ ସ୍ପିନ୍ ବୋଲର ଥିଲେ। ସେ ୧୯୭୯ ରୁ ୧୯୮୩ ମଧ୍ୟରେ ଭାରତର ଅନ୍ତର୍ଜାତୀୟ ଦଳର ଅଂଶ ଥିଲେ। ସେ ୩୨ ବର୍ଷ ବୟସରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଭାରତ ପାଇଁ ୩୩ ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଥିଲେ। ଦିଲୀପ ଦୋଷୀ ୩୩ ମ୍ୟାଚ୍‌ରେ ୧୧୪ ଟି ୱିକେଟ୍ ନେଇଥିଲେ। ସେ ଛଅ ଥର ପାଞ୍ଚଟି ଲେଖାଏଁ ୱିକେଟ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି।

ଦିନିକିଆରେ ମଧ୍ୟ ସଫଳ କ୍ୟାରିୟର:

ଦିଲୀପ ଦୋଷୀ ତାଙ୍କ କ୍ୟାରିୟରରେ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୩.୯୬ ଇକୋନୋମି ସହିତ ବୋଲିଂ କରିଥିଲେ ଏବଂ ମୋଟ ୨୨ଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ଦିଲୀପ ଦୋଷୀ ଫାର୍ଷ୍ଟ କ୍ଳାସ୍ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ସୌରାଷ୍ଟ୍ର, ବେଙ୍ଗଲ, ବର୍କଶାୟାର ଏବଂ ନଟିଂହାମଶାୟାର ପାଇଁ ଫାର୍ଷ୍ଟ କ୍ଳାସ କ୍ରିକେଟ ମଧ୍ୟ ଖେଳିଛନ୍ତି।

ଦିଲୀପଙ୍କ ପରିବାର: 

ଦିଲୀପ ଦୋଷୀଙ୍କ ପରିବାରରେ ତାଙ୍କ ପତ୍ନୀ କାଳିନ୍ଦୀ, ପୁଅ ନୟନ ଏବଂ ଝିଅ ବିଶାଖା ଅଛନ୍ତି। ଦିଲୀପ ଦୋଷୀଙ୍କ ପୁଅ ନୟନ ମଧ୍ୟ ସୌରାଷ୍ଟ୍ର ଏବଂ ସୁରେ ପାଇଁ ଫାର୍ଷ୍ଟ କ୍ଳାସ କ୍ରିକେଟ୍ ଖେଳିଛନ୍ତି। ଦିଲୀପ ଦୋଷୀ ତାଙ୍କ ପରିବାର ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଲଣ୍ଡନରେ ରହୁଥିଲେ। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.