ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏକା ବୁମରା କ'ଣ କରିବେ ? କ୍ୟାଚ ଛାଡିଲା ଭାରତ, କ'ଣ ହେବ ଗିଲ୍‌ଙ୍କ 'ଗମ୍ଭୀର' ପ୍ଲାନ୍ ?

Published By : Ankita S | June 22, 2025 1:47 PM

ନୂଆଦିଲ୍ଲୀ,୨୨/୦୬: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲିଡ୍ସର ହେଡିଂଲେ କ୍ରିକେଟ ଗ୍ରାଉଣ୍ଡରେ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ପ୍ରଥମ ଇନିଂସ ଖେଳାଯାଉଛି । ମୁକାବିଲାରେ ଆଜି (ରବିବାର) ତୃତୀୟ ଦିନ । ଭାରତ ୪୭୧ରେ ଅଲଆଉଟ୍ ହୋଇଛି । ଦ୍ୱିତୀୟ ଦିନ ଇଂଲଣ୍ଡ ବ୍ୟାଟିଂ କରି ୪୯ ଓଭରରେ ୩ ୱିକେଟ ହରାଇ ୨୦୯ ରନ୍‌ କରିଛି । ୨୬୨ରନ୍‌ ପିଛା କରୁଛି ଘରୋଇ ଇଂଲଣ୍ଡ ।

ବଡ଼ କଥା ହେଉଛି ଭାରତକୁ ୩ଟି ୱିକେଟ୍ ମିଳିଛି । ସବୁ ୱିକେଟ ଯଶପ୍ରୀତ ବୁମରାଙ୍କ ଖାତାରେ ରହିଛି । ୧୩ ଓଭରରେ ବୁମରା ୪୮ରନ୍ ଦେଇ ୩ଟି ୱିକେଟ ହାତେଇଛନ୍ତି । ଇଂଲଣ୍ଡର ବ୍ୟାଟର ଜ୍ୟାକ କ୍ରଲି ୪ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ଓଭରରେ କ୍ୟାଚ ଆଉଟ୍ ହୋଇଥିଲେ । ଏହାପରେ ୬୨ ରନ୍ କରି ବେନ୍ ଡକେଟ୍‌ଙ୍କୁ (୬୨) ବୋଲ୍ଡ କରିଥିଲେ ବୁମରା । ଜୋ ରୁଟ୍ ବି ବଡ଼ ସ୍କୋର  କରିପାରି ନଥିଲେ । ନାହିଁ ବୁମରାଙ୍କ ବଲରେ ସେ ପାଭିଲିୟନ ଫେରିଥିଲେ । ନାୟରଙ୍କ ହାତରେ କ୍ୟାଚ ଆଉଟ୍ ହୋଇଥିଲେ ଡକେଟ୍ ।

ବୁମରାଙ୍କ ରେକର୍ଡ- ଇଂଲଣ୍ଡ ବିପକ୍ଷରେ ୩ ୱିକେଟ ନେଇ ସେନା ଦେଶରେ ସର୍ବାଧିକ ୱିକେଟ ହାସଲକାରୀ ଏସିଆଲ ବୋଲର ହୋଇଛନ୍ତି ଯଶପ୍ରୀତ ବୁମରା । ତାଙ୍କ ନାମରେ ୧୪୭ଟି ୱିକେଟ ରହିଛି । ବୁମରାଙ୍କ ପରେ ଦ୍ବିତୀୟ ସ୍ଥାନରେ ୧୪୬ ୱିକେଟ ନେଇ ୱାସିମ୍‌ ଆକରମ୍ ରହିଛନ୍ତି । ୧୪୧ ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ଅନିଲ କୁମ୍ବଲେ ।

ଅଧିକ ପଢନ୍ତୁ...ଲିଡ୍ସ ଟେଷ୍ଟରେ ଇଂଲଣ୍ଡର ଜବରଦସ୍ତ ପ୍ରତ୍ୟାବର୍ତ୍ତନ; ୧୦୦ ରନ ହାସଲ କଲେ ପୋପ୍, , ଦ୍ୱିତୀୟ ଦିନରେ ସ୍କୋର ୨୦୯/୩

ତେବେ ଏଠି ପ୍ରଶ୍ନ ଉଠୁଛି ତୃତୀୟ ଦିନରେ କ'ଣ ଭାରତ କମବ୍ୟାକ କରିପାରିବ । ଯଶପ୍ରୀତ ବୁମରା ଏକାକୀ କେତେ ଲଢିବେ । ଭାରତର ନୈରାଶ୍ୟଜନକ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ଜାଡେଜା ଏବଂ ଜୈସ୍ୱାଲ କ୍ୟାଚ ଛାଡିଥିଲେ । ଯଦି ଏ ଦୁଇଜଣ ବୁମରାଙ୍କ ବଲର କ୍ୟାଚ ମିସ୍‌ କରି ନଥାନ୍ତେ ତେବେ ପରିଣାମ କିଛି ଅଲଗା ହୋଇଥାନ୍ତା । ଓଲି ପୋପ୍‌ ଯିଏକି ୧୦୦ରନ୍‌ କରି ଅପରାଜିତ ଅଛନ୍ତି ସେ ୬୦ ରନ୍‌ରେ ଆଉଟ୍ ହୋଇଥାନ୍ତେ । ଯଦି ପ୍ରଥମେ ଜାଡେଜା ଡକେଟ୍‌ଙ୍କ କ୍ୟାଚ, ଜୈସ୍ୱାଲ ଓଲି ପୋପ୍‌ଙ୍କ କ୍ୟାଚ ଓ ହ୍ୟାରୀ ବ୍ରୁକ ଯେଉଁ ବଲରେ ଆଉଟ୍ ହୋଇଥିଲେ ତାହା ନୋ ବଲ ହୋଇନଥାନ୍ତା ତେବେ ଭାରତର ପଲ୍ଲା ଭାରି ହୋଇଥାନ୍ତା । କ୍ୟାଚ ମିସ୍ ଭାରତ- ଇଂଲଣ୍ଡ ମ୍ୟାଚକୁ ୫୦-୫୦ କରି ଦେଇଛି । କାରଣ ଇଂଲଣ୍ଡ ଜବରଦସ୍ତ କମବ୍ୟାକ କରିଛି । ମାତ୍ର ୨୬୨ ରନ୍‌ ଟ୍ରାଏଲ କରୁଛି ଇଂଲଣ୍ଡ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.