ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହକି ଇଣ୍ଡିଆ ମାଷ୍ଟର୍ସ କପ୍‌, ସେମିରେ ଓଡ଼ିଶା ପୁରୁଷ ଦଳ

Published By : Prameya | June 24, 2025 2:28 PM

ଭୁବନେଶ୍ୱର,୨୪/୦୬: ଚେନ୍ନାଇରେ  ଚାଲିଥିବା ହକି ଇଣ୍ଡିଆ ମାଷ୍ଟର୍ସ କପ୍‌ରେ  ଓଡ଼ିଶା ପୁରୁଷ ଦଳ ସେମି ଫାଇନାଲରେ  ପ୍ରବେଶ କରିଛି । ସେମିତି ଓଡ଼ିଶା ମହିଳା ଦଳ ହରିଆନାକୁ ହରାଇଛି । 

ଓଡ଼ିଶା ପୁରୁଷ ଦଳ କ୍ୱାର୍ଟର  ଫାଇନାଲରେ ୬-୨ ଗୋଲରେ ଆନ୍ଧ୍ର ପ୍ରଦେଶକୁ ପରାଜିତ କରିଥିଲା । ଲାଜରୁସ ବାର୍ଲା (୫, ୩୬  ମିନିଟ) ଏବଂ ଅନୀଲ କୁଲୁ (୫୧, ୫୯ ମିନିଟ) ୨ଟି  ଲେଖାଏଁ ଗୋଲ୍‌ ଦେଇ ଦଳକୁ ଜିତାଇବାରେ ମୁଖ୍ୟ  ଭୂମିକା ଗ୍ରହଣ କରିଥିଲେ । ୧୦ ମିନିଟରେ ସାଣ୍ଟିଏଲ  ମୁଣ୍ଡା ଏବଂ ୨୧ ମିନିଟରେ ସାଇପ୍ରିୟାନ କେର୍କେଟା  ଗୋଲ ଦେଇଥିଲେ । 

ମହିଳାରେ ଓଡ଼ିଶା ୩-୨  ଗୋଲରେ ହରିଆନାକୁ ପରାସ୍ତ କରିଥିଲା । ରଞ୍ଜିତା  ବେକ୍‌ (୫, ୩୭) ଡବଲ ଏବଂ ସରିତା ରୋଶନ ମିଞ୍ଜ (୧୧) ଗୋଟିଏ ଗୋଲ୍‌ ଦେଇ ଦଳକୁ ଜିତାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.