ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

୨୯ରୁ ରତ୍ନଭଣ୍ଡାର ମରାମତି; ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ

Published By : Rasmita Pradhan | June 26, 2025 8:00 AM

ପୁରୀ,୨୬/୬ : ଆସନ୍ତା ୨୯ ତାରିଖରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଆରମ୍ଭ କରିବ ଏଏସ୍‌ଆଇ । ପ୍ରତିଦିନ ସକାଳ ୮ରୁ ରାତି ୧୦ ଯାଏଁ କାମ କରି ବାକି କାର୍ଯ୍ୟକୁ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଶେଷ କରାଯିବ । ଏହି ସମୟରେ ବଡ଼ଦେଉଳ, ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପର ମଧ୍ୟ ବୈଷୟିକ ଯାଞ୍ଚ ହେବ । ଏଏସ୍‌ଆଇର ଅଧିକାରୀ, କୋର୍ କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ସଂସ୍ଥାର ବୈଷୟିକ ଦଳ ଏହି ଯାଞ୍ଚରେ ସାମିଲ ହେବେ । ମରାମତି ମଧ୍ୟ ଏହି ସମୟରେ ସରିବ । ବୁଧବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ବସିଥିବା ଜରୁରି ବୈଠକରେ ଏହି ନିଷ୍ପତ୍ତି ହୋଇଛି । 

ବୈଠକରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମ୍ପୃକ୍ତ ସେବକ, ମରାମତି ଦାୟିତ୍ୱରେ ଥିବା ଏଏସ୍‌ଆଇ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ହେବ । ବିଶେଷ ଭାବେ ବାହାର ରତ୍ନଭଣ୍ଡାରରେ ରହିଥିବା ବାକି କାମ ଶେଷ ହେବ । ବାହାର ଭଣ୍ଡାରରେ ଅନେକ ପଥର ପରିବର୍ତ୍ତନ ହେବ । ଷ୍ଟେନ୍‌ଲେସ୍‌ ଷ୍ଟିଲ ବିମ୍‌ ଲାଗିବ । ଚଟାଣରେ ପଥର ପଡ଼ିବ । ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ପାଳନ ହେବ । ଦୁଇଟି ସିଫ୍ଟରେ କର୍ମଚାରୀ କାମ କରିବେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଥପତି ଏବଂ ୱେଲଡରମାନେ କାମ କରିବେ । 

ସେହିପରି ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଯାଞ୍ଚ ସହ ଆବଶ୍ୟକ ମରାମତି ପ୍ରତିବର୍ଷ ଭଳି ହେବ । ଏଥିପାଇଁ ୨୮ ତାରିଖରେ ଭାରା ବନ୍ଧା ଯିବ । ୨୯ରେ ବୈଷୟିକ ଟିମ୍‌ ଓ ଦିଲ୍ଲୀରୁ ଆସିବାକୁ ଥିବା ଏଏସ୍‌ଆଇର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସଂସ୍ଥାର ବିଶେଷଜ୍ଞମାନେ ମିଳିତ ଭାବେ ଭାରା ଉପରେ ଚଢ଼ି ଏହି ସ୍ଥାନଗୁଡ଼ିକ ତଦାରଖ କରିବେ । ଆବଶ୍ୟକ ସ୍ଥଳେ ମରାମତି ଓ ସଂରକ୍ଷଣ କାମ ହେବ । ସେହିପରି ପେରିଫେରି କାମ ମଧ୍ୟ ହେବ । ରତ୍ନଭଣ୍ଡାର ମରାମତି କାମ ୨୯ ଏପ୍ରିଲରୁ ବିଭିନ୍ନ ବିଶେଷ ନୀତିକାନ୍ତି ଯୋଗୁ ବନ୍ଦ ରହିଥିଲା । ନାଟମଣ୍ଡପ ମରାମତି ଗତବର୍ଷରୁ ସରିଥିବାରୁ ଏହାର ବିଶେଷ କାମ ନାହିଁ ବୋଲି ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.