ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମଦ ଦୋକାନ ଉପରେ ଲାଗିଲା କଟକଣା, ୪ ଦିନ ବନ୍ଦ ରହିବ ୩୧ ଦୋକାନ

Published By : Prameya | June 24, 2025 11:29 AM

ପୁରୀ, ୨୪/୦୬: ଆଉ ମାତ୍ର ୩ ଦିନ ପରେ ରଥଯାତ୍ରା । ଶ୍ରୀକ୍ଷେତ୍ରର ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ  ବିଭାଗ । ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୀ  ପୌରାଞ୍ଚଳରେ ଥିବା ୩୧ଟି ମଦ ଦୋକାନକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍‌କୁ ୪ ଦିନ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ । 

ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ୧୯ଟି ଠିପି ବନ୍ଦ, ୧୨ଟି ଠିପି ଖୋଲା ଓ ୬ଟି ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ରହିଛି । ରଥଯାତ୍ରା  ପୂର୍ବଦିନ ଅର୍ଥାତ୍‌ ଜୁନ୍‌ ୨୬ ତାରିଖ ଅପରାହ୍ନ ୪ଟାରୁ  ୨୭ ତାରିଖ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି  ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ାଯାତ୍ରା ପୂର୍ବଦିନ ଜୁଲାଇ ୪ ତାରିଖ ଅପରାହ୍ନ ୪ଟାରୁ ୫ ତାରିଖ ବାହୁଡା ଯାତ୍ରା ଓ ୬ ତାରିଖ ସୁନାବେଶ ଦିନ ଏହି ସମସ୍ତ ଦୋକାନ ଓ ବାର୍‌  ବନ୍ଦ ରହିବ । ଶ୍ରୀକ୍ଷେତ୍ର ସମେତ ସହର ନିକଟବର୍ତ୍ତୀ  ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା  ରୟାଲ ପ୍ୟାଲେସ ରେଷ୍ଟୁରାଣ୍ଟ ଏବଂ ତୋଷାଳିସ୍ୟାଣ୍ଡ  ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ପ୍ରଶାସନର  କଟକଣା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ କରି ଚୋରା ନିଶା  ବେପାରୀ ଅଗ୍ରୀମ ମଦ କିଣି ଏବେଠାରୁ ଠୁଳ କରିବା  ଆରମ୍ଭ କରି ଦେଲେଣି । ବିଶେଷ ଭାବେ ସହରର  ପେଣ୍ଠକଟା, ଅଠରନଳା, ସ୍ୱର୍ଗଦ୍ୱାର, ତାଳବଣିଆ  ଓ ବଡ଼ଦାଣ୍ଡ ନିକଟ କିଛି ଗଳିକନ୍ଦିରେ ବିଦେଶୀ  ମଦ କାରବାର ଜାରି ରହିଛି । ନିକଟରେ ରହିଥିବା  ସରକାରୀ ମଦ ଦୋକାନ ଅତିରିକ୍ତ କୋଟା ଉଠାଇ  ଏସବୁକୁ ବିପୁଳ ପରିମାଣରେ ଚୋରା ବେପାରୀଙ୍କୁ  ବେଆଇନ୍‌ ଭାବେ ଯୋଗାଇ ଦେଇଥିବା ବିଶେଷ  ସୁତ୍ରରୁ ସୂଚନା ମିଳିଛି । 

ସହରାଞ୍ଚଳରେ ମଦ ଦୋକାନ ବନ୍ଦ ରହିବା  ସମୟରେ ସହର ଉପକଣ୍ଠ ଗ୍ରାମାଞ୍ଚଳରେ ମାତ୍ରାଧିକ  ଭାବେ ଚୋରା ମଦ ଓ ଅନ୍ୟ ନିଶାଦ୍ରବ୍ୟ କାରବାର  ବୃଦ୍ଧି ପାଇଥାଏ । ସ୍ଥାନୀୟ ପୁଲିସ ଓ ଅବକାରୀ  ଅଧିକାରୀମାନେ ଏବିଷୟରେ ଅବଗତ ଥିଲେ ସୁଦ୍ଧା  ଏହାକୁ ରୋକିବାରେ ସଫଳ ହୋଇପାରନ୍ତି ନାହିଁ ।  ଯାହାଦ୍ୱାରା ଗ୍ରାମାଞ୍ଚଳରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ  ନିଶାଡ଼ିଙ୍କ ଭିଡ଼ ଲାଗି ଥାଏ । ଏହି ସମୟରେ ଗ୍ରାମାଞ୍ଚଳ ଚୋରା ବ୍ୟବସାୟୀମାନେ ଚଢ଼ା ଦରରେ ମଦ  ବିକ୍ରି କରିଥାନ୍ତି । ଏହାକୁ ନେଇ ମଧ୍ୟ ଗ୍ରାମାଞ୍ଚଳରେ  ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ନଜିର ରହିଛି ।  ଏସମ୍ପର୍କରେ ଅବକାରୀ ଅଧୀକ୍ଷକ ଶ୍ରୀ ସାମଲ କହିଛନ୍ତି,  ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.