ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସଜନା ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ମୃତ, ବାପା ଏବଂ ୨ ଝିଅ ଆହତ…

Published By : Ladu Kishor | June 24, 2025 6:20 PM

ଛତ୍ରପୁର ୨୪/୦୬: ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦପୁର ଗାଁରେ ସଜନା ଗଛ ଡାଳ ହାଣି ବାହାର କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା ଦମୟନ୍ତୀ ରେଡିଙ୍କ ମୃତ୍ୟୁ ହୋଇଛି l ତାଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ବାସନ୍ତୀ ରେଡି, ବୁଲି ରେଡି ୨୨ ଏବଂ ବାପା ନାରାୟଣ ରେଡି ଆହତ ହୋଇଛନ୍ତି l ଝିଅ ବାସନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ମେଡିକାଲରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସମସ୍ତଙ୍କୁ ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା ବେଳେ ଦମୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ତେବେ ନାରାୟଣ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଚାଲଯାଇଛନ୍ତି l ଅନ୍ୟ ଝିଅ ବୁଲି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ମେଡିକାଲକୁ ଆସିନାହାନ୍ତି l ଘଟଣାର ଖବର ପାଇ ସଙ୍ଗେ ସଙ୍ଗେ ମେଡିକାଲକୁ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ମୃତାହତ ପରିବାର ସଦସ୍ୟଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.