ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରକକୁ ଧକ୍କା ଦେଲା ବାଇକ୍, ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ…

Published By : Ladu Kishor | June 24, 2025 5:30 PM

କୁକୁଡାଖଣ୍ଡି ୨୪/୦୬: ଗଞ୍ଜାମ ଜିଲ୍ଲା ସଦର ଥାନା କୁକୁଡାଖଣ୍ଡି ତହସିଲ ଅଫିସ୍ ସମ୍ମୁଖରେ ଦୁର୍ଘଟଣା। ସୂଚନା ମୁତାବକ ଟ୍ରକକୁ ଏକ ବାଇକ୍ ଧକ୍କା ଦେଇଛି । ଟ୍ରକ୍ ଚକାତଳେ ଚାପି ହୋଇ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଟ୍ରକ୍( କେ ଏ ୫୬ ୦୮୭୬) ଆସ୍କାରୁ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ବାଇକ୍ ଚାଳକ (ଓଡି ୦୭ ୟୁ ୨୦୮୪)ଟି ବ୍ରହ୍ମପୁରରୁ ହିଞ୍ଜିଳି ଅଭିମୁଖେ ଯିବା ସମୟରେ କୁକୁଡାଖଣ୍ଡି ତହସିଲ ଅଫିସ୍ ସମ୍ମୁଖରେ ପରସ୍ପର ସହ ଧକ୍କା ହୋଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ବାଇକ୍ ଚାଳକଙ୍କର ପରିଚୟ ଜଣାପଡିନଥିଲା। ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ସେହିପରି ସଦର ଥାନା ଅଧିନସ୍ଥ ବ୍ରହ୍ମପୁର ଉପକଣ୍ଠ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁହେଁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.