ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ…

Published By : Ladu Kishor | June 24, 2025 10:37 PM

ହରଭଙ୍ଗା ୨୪/୦୬: ସାପ କାମୁଡାରେ ଗଲା ଯୁବକଙ୍କ ଜୀବନ l ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସଂକୁଳେଇ ଜିପି କମ୍ଭୁନାଥପୁର ଗ୍ରାମରେ ଜୟଦେବ ନାଏକ ସବୁଦିନ ପରି ଗତକାଲି ରାତି ଖାଇପିଇ ଶୋଇବା ସମୟରେ ଘରେ ଏକ ନାଗ ସାପ ମୂଷାକୁ ଖାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ଜୟଦେବଙ୍କ ଡାହାଣ ହାତ କହୁଣୀକୁ ସାପ ଏକ ଚୋଟ ମାରିଥିଲା l ସଂଗେ ସଂଗେ ପରିବାର ଲୋକ ଗୁରୁତର ଭାବେ ପୁରୁଣାକଟକ ମେଡିକାଲ ଆଣି ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ତାଙ୍କୁ ବ୍ୟବଛେଦ ପାଇଁ ବୌଦ୍ଧ ପଠା ଯାଇଥିବା ବେଳେ ଘଟଣାକୁ ନେଇ ପୁରା ପରିବାର ଭାଙ୍ଗି ପଡିଛନ୍ତି l କାରଣ ଜୟଦେବ ଘର ମୁଖିଆ ଥିବା ବେଳେ ବର୍ତମାନ ଘରେ ଦୁଇ ବଢିଲା ଝିଅ ସମେତ ସ୍ତ୍ରୀ ପୁଷ୍ପାଞ୍ଜଳି ନାଏକ ନିର୍ଭର କରୁଥିଲେ l ଏଭଳି ଅସହାୟ   ପରିବାରଙ୍କୁ ତୁରନ୍ତ ଜିଲ୍ଲା ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.