ଖପ୍ରାଖୋଲ୨୪/୬: ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ତୁର୍ଲା ଗ୍ରାମ ଜଙ୍ଗଲ ନିକଟରୁ ବନ ବିଭାଗ ଚଢ଼ାଉ କରି ଟ୍ରାକ୍ଟର ସହ କେନ୍ଦୁ କାଠ ଗଣ୍ଡି ଜବତ କରିଥିବା ଜଣାପଡିଛି। ପ୍ରକାଶ ଯେ, ହରିଶଙ୍କର ବିଟ ଅନ୍ତର୍ଗତ ଗନ୍ଧମାର୍ଦନ ପାହାଡ ତଳି ତୁର୍ଲା ଗ୍ରାମରେ କେନ୍ଦୁ ଗଣ୍ଡି କାଠ ଚୋରା ଚାଲାଣ ହେଉଥିବା ବନବିଭାଗ କୌଣସି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଅଭିଯୁକ୍ତ ମଣିଲାଲ ଛତରକୁ ଗିରଫ କରାଯିବା ସହ ଟ୍ରାକ୍ଟର ଏବଂ ୨୮ ଖଣ୍ଡ କେନ୍ଦୁ ଗଣ୍ଡିକୁ ବନ ବିଭାଗ ଜବତ୍ କରିଥିବା ଜଣାପଡିଛି । ଜବତ କେନ୍ଦୁ କାଠର ମୁଖ୍ୟ ଆନୁମାନିକ ୯୮ ହଜାର ଟଙ୍କା ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି। ଏନେଇ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏ ସି ଏଫ୍ ତଥା ଦାୟିତ୍ୱରେ ଥିବା ରେଞ୍ଜର ଅରବିନ୍ଦ ନାଏକ ପ୍ରକାଶ କରିଛନ୍ତି ।

ଛାତ୍ରସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କ୍ୟାମ୍ପସ୍ :୨୫...