ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଠ ମାସ ହେଲା ବ୍ଳକ ଓ ଏନ୍ ଏ ସି ରେ ଉନ୍ନତିମୂଳକ କାମ ଠପ୍, ଧାରଣାରେ ସମିତି ସଭ୍ୟସଭ୍ୟା ଓ କାଉନସିଲର…

Published By : Ladu Kishor | June 24, 2025 4:48 PM

ପାଟଣାଗଡ ୨୪/୬ ପାଟଣାଗଡ ବ୍ଳକ ଏବଂ ଏନ୍ ଏ ସିରେ ଆଠ ମାସ ହେଲା ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ୨୨ ଜଣ ସମିତି ସଭ୍ୟ ସଭ୍ୟା ଏବଂ ଏନ୍ ଏ ସି କାର୍ଯ୍ୟଳୟ ସମ୍ମୁଖରେ ୧୧ ଜଣ କାଉନସିଲର ଧାରଣା ଦେଇଛନ୍ତି। ଜନ ପ୍ରତିନିଧି ମାନଙ୍କୁ ବ୍ଳକ ଏବଂ ଏନ୍ ଏ ସି ପ୍ରଶାସନ ଅଣଦେଖା ସହ ପାତର ଅନ୍ତର କରୁଥିବା ନେଇ ଧାରଣାରତ ସମିତି ସଭ୍ୟସଭ୍ୟା ଏବଂ କାଉନସିଲର ମାନେ ବ୍ଳକ ଏବଂ ଏନ୍ ଏ ର ସମସ୍ତ ବିଭାଗ କାର୍ଯ୍ୟ କରାଇ ଦେଇନଥିବା ଜଣାପଡିଛି। ପାଟଣାଗଡ ବ୍ଳକ ଏବଂ ଏନ୍ ଏ ସି ର ଜନସାଧାରଣଙ୍କ ସାମୁହିକ ଉନ୍ନତି ପାଇଁ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ବ୍ଳକ ଓ ଏନ୍ ଏ ସି ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାମ ଠପ୍ ହୋଇ ରହିଛି। ସମସ୍ୟାର ସମାଧାନ ପାଇଁ ବିଡ଼ିଓ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ କେହି କର୍ଣ୍ଣପାତ କରୁନଥିଲେ। ପରିଶେଷରେ ସେମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏହି ଧାରଣାରେ ବ୍ଳକ ସମ୍ମୁଖ ରେ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଙ୍କ ସମେତ ୨୨ ଜଣ ସମିତି ସଭ୍ୟ ସଭ୍ୟା ବସିଥିବା ବେଳେ ଏନ୍ ଏ ସି ପରିସରରେ ଏନ୍ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ୧୧ କାଉନସିଲର ଧାରଣା ଦେଇଛନ୍ତି। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରୀ ରଖିବ ବୋଲି ଧାରଣାରତ ପକ୍ଷରୁ ଚେତାବନୀ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.