ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ନବଦିନାତ୍ମକ ଯାତ୍ରାରେ ଯିବେ ମହାପ୍ରଭୁ; ବଡ଼ଦାଣ୍ଡରେ ପ୍ରସ୍ତୁତ ରଥ, ଆଜ୍ଞାମାଳକୁ ଅପେକ୍ଷା

Published By : Rasmita Pradhan | June 26, 2025 8:48 AM

ପୁରୀ,୨୬/୬ : ବୁଧବାର ରଥରେ ଠେକରା ବାଡ଼ ବୁଲିବା ସହ ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇଛି ଶ୍ରୀବିଗ୍ରହଙ୍କ ରଥତ୍ରୟ । ଏବେ ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ସହ ଅଳଙ୍କରଣ କାର୍ଯ୍ୟ ପ୍ରାୟ ଶେଷ । ଗୁରୁବାର ତିନି ରଥରେ ପ୍ରଭା ସ୍ଥାପନ ହେବ । ପ୍ରଶାସନିକ ନୀତି ନିର୍ଘଣ୍ଟ ଅନୁସାରେ ଗୁରୁବାର ଅପରାହ୍ନ ୪ଟା୧୦ମିନିଟ୍‌ରେ ଠାକୁରଙ୍କ ଆଜ୍ଞାମାଳ ବିଜେ ହେବ ରଥଖଳାକୁ । ଏହାପରେ ରଥତ୍ରୟକୁ ଟାଣି ନେଇ ସିଂହଦ୍ୱାରରେ ପହଞ୍ଚାଯିବ । ସିଂହଦ୍ୱାରେ ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶକ୍ରମେ ଚକା ସିଂହାସନ ରଥରେ ସ୍ଥାପନ କରାଯିବ । 

ନିର୍ମାଣକାରୀ ରଥ ଚାରିପଟେ ଠେକରା ବାଡ଼ ଲଗାଇଛନ୍ତି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ରବର ପ୍ଲେଟ୍ ଲାଗି ରଥର ବ୍ରେକ୍‌ ତିଆରି ହୋଇ ରଙ୍ଗ ଦିଆ ସରିଛି । ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକର । ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ଭୋଇ ସେବକମାନେ ପ୍ରଭା ରଖିବେ । ପରେ ପ୍ରଭା କଣ୍ଟା ପଡ଼ିବ । ଶେଷରେ ପଟା ପଡ଼ି ଚକା ରଖାଯିବ । ବୁଧବାର ବିଜେ ଚକାରେ ବିନ୍ଧ ସହ ଖିଲ ନିର୍ମାଣ ଶେଷ ହୋଇଛି । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ।

ସିଂହାସନରେ ଚକା ବସାଇବା ପରେ ରଥ ନିର୍ମାଣ ଶେଷ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ହୋଇଛି । କନକମୁଣ୍ଡିରେ ପିତଳ ଚାଦର ବୁଲିଛି । ରଥରେ ପିତ୍ତଳର ଅଳଙ୍କାରମାନ ଲଗାଯାଉଛି । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗୁଛି । ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ । ଏହାପରେ ରଥଖଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ । ଚଳିତ ବର୍ଷ ପ୍ରଥମ କରି ରଥରେ ଚଢ଼ି ଚେକିଂ କରିଛନ୍ତି ବମ୍‌ ସ୍କ୍ୱାର୍ଡ଼ । କୌଣସି ବିପଦର ଆଶଙ୍କା କରି ବମ୍‌ ସ୍କ୍ୱାର୍ଡ଼ ରଥ ଉପରେ ବୁଲି ରଥର ପ୍ରତି କୋଣ ତଥା ବିଭିନ୍ନ ରଥାଂଶକୁ ତନ୍ନ ତନ୍ନ କରି ପରଖିଥିଲେ । ରଥର ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବାହିନୀ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.