ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

କେଉଁ ଭିଆଇପିଙ୍କ ପାଇଁ ମହାପ୍ରଭୁଙ୍କୁ ଅପେକ୍ଷା କରିବାକୁ ପଡୁଛି: ପିସିସି ସଭାପତି ଭକ୍ତ ଚରଣ ଦାସ

Published By : Prameya | June 28, 2025 1:11 PM

ଭୁବନେଶ୍ୱର, ୨୮/୦୬: ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା  ଅଧିକ ଭଲ ହୋଇଥିଲା ବୋଲି ସରକାର ବାହାସ୍ଫୋଟ ମାରୁଥିଲେ । ତା'ସତ୍ତେ୍ୱ ରଥ  ଚାଲିଲା ନାହିଁ । ରାଜ୍ୟର କୋଟି କୋଟି ଜଗନ୍ନାଥ ବିଶ୍ୱାସୀ ଭକ୍ତ ଏହାଦ୍ୱାରା ଗଭୀର  ଭାବେ ମାନସିକ ଆଘାତ ପାଇଛନ୍ତି । ସବୁକିଛି ଠିକଠାକ୍‌ ଥିବାବେଳେ କେଉଁ  କାରଣ ପାଇଁ ସରକାର ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିଲେ, ସେ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି  କରିଛନ୍ତି । କେଉଁ ଭିଆଇପିଙ୍କ ପାଇଁ ସରକାର ମହାପ୍ରଭୁଙ୍କର ରଥକୁ ଆଗକୁ ନ  ନେଇ ଅପେକ୍ଷା କରାଇଛନ୍ତି ବାଲି ସେ ପ୍ରଶ୍ନ କରିଛନ୍ତି । 

ଏକ ପ୍ରେସ ବିବୃତିରେ  ଶ୍ରୀ ଦାସ କହିଛନ୍ତି, ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ୱା ଗଜପତି  ପ୍ରଭୁଙ୍କ ପାଖରେ କ୍ଷମା ମାଗି ଓଡ଼ିଶାବାସୀଙ୍କୁ ଅଧିକ କ୍ଷତିରୁ ରକ୍ଷା କରନ୍ତୁ ।  ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅନୁରୂପ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.