ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରଥଯାତ୍ରାରେ ଯୋଗ ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ସାମିଲ ହେବେ କେନ୍ଦ୍ରମନ୍ତ୍ରୀ

Published By : Prameya | June 27, 2025 8:44 AM

ଭୁବନେଶ୍ୱର,୨୭/୦୬: ରଥଯାତ୍ରାରେ ଯୋଗ  ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ପରିବହନ  ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି ।  ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ରଥଯାତ୍ରାରେ ଯୋଗ ଦେବାକୁ  ଅନେକ ଭିଭିଆଇପି ଆସିବେ । ଅନେକ ଶିଳ୍ପପତି ମଧ୍ୟ  ଆସି ରଥଯାତ୍ରା ଦେଖିବେ । ୧୦ରୁ ୧୨ ଜଣଙ୍କର ବର୍ତ୍ତମାନ ସୁଦ୍ଧା ତାଲିକା ଆସିଛି । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସିବେ ।  

ତେବେ ଭକ୍ତଙ୍କ ପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍‌ ବ୍ୟବସ୍ଥା କରାଯାଇଛି । ୨୮ଟି ଜାଗାରେ  ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ୍‌ ମୁତୟନ  କରାଯାଇଛି । ୨୦୦ ଅଟୋ ମାଗଣା ସେବା ଯୋଗାଇ  ଦେବେ । ମାଗଣା ଭୋଜନ ବ୍ୟବସ୍ଥା ବି କରାଯାଇଛି । ସବୁ ବସ୍‌ରେ ଦର ତାଲିକା ଲାଗିଛି । ଘରୋଇ ବସ  ଚଢ଼ା ଦର ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ  ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.