ତୁରୁମୁଙ୍ଗା,୨୭/୦୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନୂଆଗାଁ ରାସ୍ତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ମିଳପାରିନାହିଁ । ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ନୂଆଗାଁ ରାସ୍ତାରେ ଏକ ଠିକା ସଂସ୍ଥାର କର୍ମଚାରୀ ମାନେ ଏକ ଟ୍ରାକ୍ଟର ଯୋଗେ କେବୁଲ୍ ସାମଗ୍ରୀ ନେଇ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଟ୍ରାକ୍ଟର ଚାଳକଙ୍କ ମୁଣ୍ଡ ବୁଲାଇ ଦେଇଥିଲା । ଫଳରେ ଚାଳକ ଜଣକ ଗାଡିରୁ ପଡିଯାଇଥିଲେ । ପଡିଯିବା ଫଳରେ ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।