ଭୁବନେଶ୍ୱର,୨୭/୦୬: ଅମୀୟ ପଟ୍ଟନାୟକ ଏଆଇସିସି କିଷାନ କଂଗ୍ରେସ ଜାତୀୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି କିଷାନ କଂଗ୍ରେସର ନୂଆ ଜାତୀୟ ସଂଯୋଜକ ଭାବେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ୱ ମିଳିଛି ।
ଏଆଇସିସି କିଷାନ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ସୁଖପାଲ ସିଂହ ଖୈରା ଏହି ନିଯୁକ୍ତି ଦେଇଛନ୍ତି । ଅମୀୟ ଏହି ନିଯୁକ୍ତି ପାଇବା ପରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କିଷାନ କଂଗ୍ରେସକୁ ଆହୁରି ମଜଭୁତ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।
ଏଆଇସିସି କିଷାନ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ବିରୋଧୀ ଦଳ ନେତା ସୁଖପାଲ ସିଂହ ଖୈରା ଚିଠି ଲେଖି କହିଛନ୍ତି, ''ମୁଁ ଜଣାଇବାକୁ ଚାହୁଁଛି କି ଅମୀୟ ପଟ୍ଟନାୟକ ଏଆଇସିସି କିଷାନ କଂଗ୍ରେସ ଜାତୀୟ ସଂଯୋଜକ ନିଯୁକ୍ତି ଦିଆଯାଇଛି । ଆଶା କରୁଛି ଆପଣ ମଲ୍ଲିକାର୍ଜୁନ ଖଡଗେ ଜୀ,ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଜୀଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ମଜବୁତ କରିବା ଏବଂ କଂଗ୍ରେସ ଆଦର୍ଶରେ କାମ କରି ଆପଣଙ୍କର ସର୍ବୋତ୍ତମ ପ୍ରୟାସ କରିବେ ।''