ନୂଆଦିଲ୍ଲୀ,୨୭/୦୬: ଭାରତର ଆକ୍ସନରେ ବଢିବ ଡ୍ରାଗନ୍ର ଟେନ୍ସେନ୍ । ଏସ୍ସିଓ ବୈଠକରେ ଭାରତ-ଚୀନ୍ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ନୂଆ ବିବାଦ ସୃଷ୍ଟି ନକରିବାରୁ ଚୀନ୍ ପ୍ରତିରକ୍ଷାମନ୍ତ୍ରୀଙ୍କୁ ସିଧା ସିଧା ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେପଟେ ସକରାତ୍ମକ ମନୋଭାବ ରଖି ୬ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ଖୋଲିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଚୀନ୍ ଓ ତାଇୱାନ୍ରୁ ଆସୁଥିବା କିଛି ସାମଗ୍ରୀ ଉପରେ ଶୁଳ୍କ ଲଗାଇଛି ଭାରତ ।
ଚୀନ୍ ପ୍ରତିରକ୍ଷାମନ୍ତ୍ରୀ ଏଡମିରଲ ଡାନ୍ ଜୁନଙ୍କୁ ସାକ୍ଷତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହିତ ସୀମା ଉତ୍ତେଜନା ପରିଚାଳନା ଓ ଉତ୍ତମ ସମ୍ପର୍କ ପାଇଁ ଭାରତ ସରକାର ଚୀନ୍କୁ ୪ ସୂତ୍ରୀ ଫର୍ମୁଲାର ପରାମର୍ଶ ଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସାକ୍ଷତକାରରେ ଏକ ବଡ଼ ନିଷ୍ପତ୍ତି ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ରାଜନାଥ ସିଂହ ସୋସିଆଲ ମିଡିଆରେ କହିଛନ୍ତି କି, ପ୍ରାୟ ୬ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି । ଏହାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ସକାରାତ୍ମକ ଆଲୋଚନା ହୋଇଛି ।
ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ରାଜନାଥ ସିଂହ କହିଛନ୍ତି, ''କିଙ୍ଗ୍ଦାଓରେ ଏସ୍ସିଓ ରକ୍ଷା ମନ୍ତ୍ରୀଙ୍କ ବୈଠକ ଜରିଆରେ ଚୀନ୍ ରକ୍ଷାମନ୍ତ୍ରୀ ଏଡମିରଲ ଡାନଙ୍କ ସହ ଆଲୋଚନା ହୋଇଛି । ଆମେ ଦ୍ୱିପାକ୍ଷିକ ସମ୍ପର୍କରେ ସମ୍ବନ୍ଧିତ ବିଷୟରେ ଦୂରଦର୍ଶୀ ବିଚାରର ଆଦାନ ପ୍ରଦାନ ହୋଇଛି । ପ୍ରାୟ ୬ ବର୍ଷ ପରେ କୈଳାଶ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି ।''
କହି ରଖୁଛି କି, ଚୀନ୍ର କିଙ୍ଗ୍ଦାଓରେ ଗୁରୁବାର ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ)ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ । ଏସ୍ସିଓରେ ମିଳିତ ଦସ୍ତାବିଜ (ବିବୃତି)ରେ ସ୍ୱାକ୍ଷର କରିବାକୁ ମନା କରିଥିଲେ ରାଜନାଥ । ଏସ୍ସିଓର ମିଳିତ ବିବୃତିରେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାମିଲ କରାଯାଇ ନାହିଁ । କିନ୍ତୁ ପାକିସ୍ତାନର ବେଲୁଚିସ୍ତାନରେ ହୋଇଥିବା ଆତଙ୍କବାଦୀ ହମ୍ଲା ଘଟଣା ବାବଦରେ ଏଥିରେ ଉଲ୍ଲେଖ ରହିଛି । ଏହାକୁ ନେଇ ରାଜନାଥ ସିଂହ ଆପତ୍ତି ଉଠାଇଥିଲେ ।
ସେପଟେ ଭାରତ ସରକାର ଚୀନ୍ ଓ ତାଇବାନ୍ରୁ ଆମଦାନୀ ହେଉଥିବା ପ୍ଲାଷ୍ଟିକ ମେସିନ୍ ଉପରେ ୫ବର୍ଷ ଯାଏ ଆଣ୍ଟି ଡପିଙ୍ଗ ଟାରିଫ୍ ଲଗାଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ୍ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଚୀନ୍ ଏବଂ ତାଇୱାନ୍ରୁ ଆସୁଥିଲା ପ୍ଲାଷ୍ଟିକ ମେସିନ୍ରେ ୫ ବର୍ଷ ଯାଏ ଶୁଳ୍କ ଲାଗୁଥିବା ଏସବିଆଇସି ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏହା ପୂର୍ବରୁ ୨୦୨୩ରେ ଚୀନ୍ରୁ ଆସୁଥିବା ପିଗମେଣ୍ଟ ଉପରେ ଚାର୍ଜ ଲଗାଇଥିଲା ।