କଣ୍ଟାବାଞ୍ଜି, ୨୭/୦୬ : ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏକ ମାଲ୍ ବୋଝେଇ ଟ୍ରକ୍ ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଆସୁଥିଲା। ପ୍ରାୟ ୮ଟା ବେଳେ ଟ୍ରକ୍ଟି କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ପହଞ୍ଚିଲା ବେଳକୁ ଗାଡିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭରଙ୍କ ପ୍ରଚେଷ୍ଟା ସତ୍ତ୍ଵେ ଗାଡିକୁ ଅଟକାଇ ପାରିନଥିଲେ। ଟ୍ରକଟି ପଛକୁ ଗଡି ଗଡି ଯାଇ କିଛି ଦୋକାନରେ ଘସି ହେବା ସହ ଏକ ମାଲ୍ବାହୀ ରିକ୍ସା ଉପରେ ଚଢି ଯାଇଥିଲା। ଫଳରେ ରିକ୍ସାଟି ଚୁରମାର୍ ହୋଇଯାଇଥିଲା। ରେଳ ଫାଟକ ନିକଟରେ ଅନେକ ଥର ଏଭଳି ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ବର୍ଷେ ଆଗରୁ ଏକ ରୋଲରର ବ୍ରେକ୍ ଫେଲ୍ ହେବା ଯୋଗୁଁ ଜଣେ ମହିଳା ଚାପି ହୋଇ ପ୍ରାଣ ହରାଇଥିଲେ।