ସଇଁତଳା୨୭/୦୬: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଲ-ଗୋଏଲଭାଡ଼ି ନିକଟସ୍ତ ଟ୍ରେନ ଲାଇନ ନିକଟରେ ଜଣେ ମାନସିକ ବିକୃତ ବ୍ୟକ୍ତି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇ ଗୁରୁତର ହୋଇଛନ୍ତି । ମାନସିକ ବିକୃତ ବ୍ୟକ୍ତିଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଗୁରୁତର ହୋଇଛନ୍ତି। ଏହାକୁ ଦେଖି କିଛି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇବା ପରେ 108 ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର କରି ପ୍ରଥମେ ଟିଟିଲାଗଡ଼ ପରେ ବଲାଙ୍ଗୀର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିବା ଜଣାପଡିଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ଜିଆରପି ପୋଲିସ।

ଖୁସି ଭିତରେ ଆପ୍କୁ ଝଟକା, ଦଳର ସମସ୍ତଙ୍କ ପଦରୁ ଇସ୍ତ...