ଗୋପାଳପୁର୨୭/୬: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହୋଇଛି । ଆଜି ଭୋର ସକାଳୁ ଜଗନ୍ନାଥ ଠାକୁରଙ୍କ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ଜଗନ୍ନାଥ ଠାକୁରଙ୍କୁ ଟାହିଆରେ ସଜେଇ ପହଣ୍ଡି କରି ହୁଳହୁଳି, ଘଣ୍ଟ ଥଳରେ ରଥ ସିଂହାସନକୁ ନିଆଯାଇଥିଲା । ବିନୋଦ ଚନ୍ଦ୍ର ରଥ ଛେରା ପହରା କରିଥିଲେ। ମୋନର୍କ ଛକ ନିକଟରେ ଥିବା ମାଉସି ମା ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ପୁରୋହିତ ଭାବେ ରାଧାକୃଷ୍ଣ ଶତପଥୀ, ସୁରେନ୍ଦ୍ର ଦାଶ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ। ସତ୍ୟ ନାରାୟଣ ପଣ୍ଡା, ଶିବ ପାଣିଗ୍ରାହୀ, ବୁଲୁ ଲେଙ୍କା,ସତ୍ୟ ପାତ୍ର, ଜି. କୁର୍ମା ପ୍ରମୁଖ ସହଯୋଗ କରିଥିଲେ। ରଥଟଣା ବେଳେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗ ଦେଇ ରଥ ଦୌଡ଼ି ଟାଣିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଭଞ୍ଜ ବିହାର ପୁଲିସ ଉପସ୍ଥିତ ଥିଲେ।

ଖୁସି ଭିତରେ ଆପ୍କୁ ଝଟକା, ଦଳର ସମସ୍ତଙ୍କ ପଦରୁ ଇସ୍ତ...