ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଗୋପାଳପୁରରେ ରଥଯାତ୍ରା ପାଳିତ

Published By : Ladu Kishor | June 27, 2025 7:19 PM

ଗୋପାଳପୁର ୨୭/୬: ଗୋପାଳପୁର ସିଗିଡ଼ି ସାହି ଜଗନ୍ନାଥ ମନ୍ଦିରରେ ୩ ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା। କନ୍ଧ ମହାପାତ୍ର ଛେରା ପହରା କରିଥିଲେ l ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ଼ରେ ଘଣ୍ଟ, ହୁଳହୁଳି, ବାଜାରେ ୩ ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା l ପରେ ବଡ଼ ସାହି ଛକ ସ୍ଥିତ ଅସ୍ଥାୟୀ ମାଉସୀ ମା ମନ୍ଦିରକୁ ଅଣାଯାଇଥିଲା l ମନ୍ଦିର କମିଟିର ସଭାପତି ଏମ. ପୋତନା, ସମ୍ପାଦକ ହରିହର ସାହୁ, ବିନୋଦ ଦାଶ, ଗାଣ୍ଡୁ ପାତ୍ର, ପଞ୍ଚୁ ବେହେରା,ଏ. ଜାନକୀ ରାମ,ଏମ. ଚନ୍ଦ୍ର ଶେଖର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ପୁରୋହିତ ଲକ୍ଷଣ ପଣ୍ଡା, ଜଗନ ଦାଶ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇଥିଲେ l ଭିଡ଼କୁ ନଜରରେ ରଖି ଗୋପାଳପୁର ପୁଲିସ ମୁତୟନ ହୋଇଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.