ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

Published By : Rasmita Pradhan | June 27, 2025 9:26 AM

ଭଦ୍ରକ, ୨୭/୬ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ଭଦ୍ରକ ଜିଲ୍ଲା ଚରମ୍ପା ୧୬ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଡୁବୁରୀରୁ ଭୋଗରାଇ ଯାଉଥିବା ବେଳେ ଚରମ୍ପା ନିକଟରେ ଏକ ବାଲି ବୋଝେଇ ହାଇୱା ସାଇଡ୍ ମାରିଥିଲା। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଭରବ୍ରିଜ୍‌ର ସାଇଡ୍ ଗାର୍ଡୱାଲ୍‌କୁ ଧକ୍କା ଦେଇ ତଳକୁ ଓଲଟି ପଡିଥିଲା। ତେବେ ଟ୍ରକ୍‌ର ଡ୍ରାଇଭର୍ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.