ପୁରୀ,୨୮/୦୬: ଶ୍ରୀକ୍ଷେତ୍ରରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ପରିବାର ସହ ଶୀକ୍ଷେତ୍ର ମାଟିରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଅଭିମୁଖେ ବାହାରି ଥିଲେ ଗୌତମ ଆଦାନୀ । ପୁରୀରେ ପହଞ୍ଚିବା ପରେ ସପରିବାର ସହ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗୌତମ ଆଦାନୀ ।
ପୁରୀରେ ପହଞ୍ଚିବା ପରେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସାମିଲ ହୋଇଛନ୍ତି । ପତ୍ନୀ ପ୍ରୀତି ଆଦାନୀଙ୍କ ସହ ପୁରୀରେ ଇସ୍କନ କିଚେନରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ପୁରୀ ଧାମରେ ଆଦାନୀ ଗ୍ରୁପ୍ 'ପ୍ରସାଦ ସେବା' ଆରମ୍ଭ କରିଛି । ୨୬ ଜୁନ୍ ରୁ ୮ ଜୁଲାଇ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ଫ୍ରଣ୍ଟଲାଇନ୍ ଅଧିକାରୀମାନଙ୍କ ପାଇଁ ଏକ ବ୍ୟାପକ 'ସେବା' ପ୍ରୟାସ କରିଛି ।
#WATCH | Puri, Odisha: Adani Group Chairman, Gautam Adani, along with his wife Priti Adani, distributes food to people at ISKCON Kitchen Puri
— ANI (@ANI) June 28, 2025
Adani Group has initiated the ‘Prasad Seva’ in Puri Dham and is undertaking a comprehensive 'seva' effort to support both pilgrims and… pic.twitter.com/ov9ytUfwbq
ପୁରୀ ଆସିବା ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଥିଲେ ଗୌତମ ଆଦାନୀ । ସେ କହିଥିଲେ, '' ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋତେ ପୁରୀ ଧାମକୁ ଯାଇ ରଥଯାତ୍ରା ସମୟରେ ସେବା କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରାରେ ସ୍ୱୟଂ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହା କେବଳ ଏକ ଯାତ୍ରା ନୁହେଁ, ବରଂ ଭକ୍ତି, ସେବା ଓ ସମର୍ପଣର ଉତ୍ସବ । ଏହି ପୂଣ୍ୟ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସେବା ପାଇଁ ଆଦାନୀ ପରିବାର ପୂରା ନିଷ୍ଠା ଓ ଶ୍ରଦ୍ଧାର ସହ ସମର୍ପିତ । ପୁରୀର ଏହି ପୂଣ୍ୟଭୂମିରେ ସେବକ ରୂପେ ଯୋଡି ହେବା ମୋ ପାଇଁ ଆଦାନୀ ପରିବାର ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର ବିଷୟ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ଏପରି ଥାଉ ।''
महाप्रभु श्री जगन्नाथ जी की असीम कृपा से, हमें पुरी धाम की पावन रथयात्रा में सेवा का सौभाग्य प्राप्त हुआ है।
— Gautam Adani (@gautam_adani) June 27, 2025
आज से आरंभ हो रही यह दिव्य यात्रा वह क्षण है, जब स्वयं भगवान अपने भक्तों के बीच आकर उन्हें दर्शन देते हैं। यह केवल एक यात्रा नहीं, बल्कि भक्ति, सेवा और समर्पण का अनुपम… pic.twitter.com/2uVoLRnuDI