ନୀଳଗିରି, ୨୮/୬ : ରୋଗୀ ଆଣିବାକୁ ଯାଇ ଫସିଲା ଆମ୍ବୁଲାନ୍ସ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଦକ୍ଷିଣ କୁଆଁରପୁର ଗ୍ରାମରେ ଏକ ଆମ୍ବୁଲାନ୍ସ କାଦୁଅ ରାସ୍ତା ଯୋଗୁଁ ଫସି ଯାଇଛି। ଗାଁ ଲୋକମାନେ ଠେଲିବା ପରେ ମଧ୍ୟ ଗାଡ଼ି ଗଡୁନି। ଫଲରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ବଉଳଗଡିଆ-ନୀଳଗିରି ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ଯେତେ ଆନ୍ଦୋଳନ ପରେ ବି ରାସ୍ତା କାମ ହେଉନି। ଏବେ ଗାଁ ରାସ୍ତାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ପଞ୍ଚାୟତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତୁ ନଚେତ୍ ଗ୍ରାମବାସୀ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।