ଢେଙ୍କାନାଳ, ୨୮/୬ : ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍। ୩ ଗୁରୁତର ୧୦ରୁ ଉର୍ଦ୍ଧ୍ଵ ଆହତ। ଢେଙ୍କାନାଳ ସଦର ଥାନା ଗଦାଶିଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ହୀରାକୁଦରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶୁଭମ୍ ନାମକ ଏକ ନାଇଟ କୋଚ୍ ବସ୍ ଢେଙ୍କାନାଳ ସଦର ଥାନା ଗଦାଶିଳା ବାଇପାସରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ବସ୍ଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ଟ୍ରକ୍ ସହିତ ଧକ୍କା ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପରେ ବସ୍ର ଡ୍ରାଇଭର ଓ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି।