ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବୌଦ୍ଧ ଘଣ୍ଟାପଡ଼ାରେ କଫ୍ ସିରପ୍ ବୋଝେଇ କାର୍‌ ଜବତ, କାର୍‌ରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

Published By : Swapna Ray | June 28, 2025 1:30 PM

କଣ୍ଟାମାଳ, ୨୮।୬: ରାସ୍ତା ଉପରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡ଼ିରହିଛି କାର୍ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଘଣ୍ଟାପଡ଼ା ମାଣ୍ଡିଆ ଜୋର ରେକଡୋଲ କୁରୁକୁପା ଯିବା ଏହି କାର୍‌ଟି ପୋଡ଼ିଯାଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l କାର୍‌ରେ ବହୁ ପରିମାଣର କଫ୍ ସିରପ୍ ଥିବା ଜଣାପଡ଼ିଛି । ଗତ ବିଳମ୍ବିତ ରାତିରେ କାର୍‌ଟି ଯାଉଥିବା ସମୟରେ କୌଣସି କାରଣରୁ କାର୍‌ଟି ଅଚଳ ହେବାରୁ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ କାର୍‌ରେ ନିଆଁ ଲଗାଇ ଫେରାର ମାରିଥିବା ସନ୍ଦେହ କରାଯାଉଛି । 

ଏ ସମ୍ପର୍କରେ ଖବର ପାଇ ଘଣ୍ଟାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ କାର୍‌ରେ ଥିବା ଏତେ ପରିମାଣର କଫ୍ ସିରପ୍‌କୁ କାହିଁକି ପୋଡ଼ି ଦିଆଯାଇଥିଲା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.