କେନ୍ଦ୍ରାପଡ଼ା, ୨୮/୬ : ମାଉସୀ ମା’ ଘରକୁ ଯିବା ବାଟରେ ଅଟକିଗଲା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ l ହଠାତ୍ ବାମ ମୋଡ଼ ନେବାରୁ ଏଣ୍ଡାଉମେଣ୍ଟ ଅଫିସ ପାଖରେ ଅଟକିଲା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ l ସୁରକ୍ଷା ଦୃଷ୍ଟିରୁ ରଥଟଣାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି l
ପ୍ରଶାସନ ପକ୍ଷରୁ ତୁରନ୍ତ ହାଇଡ୍ରୋଲିକ୍ ଜ୍ୟାକ ସାହାଯ୍ଯରେ ରଥର ମୋଡ଼ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଅପେକ୍ଷା କରିଛନ୍ତି l