ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଦୁର୍ନୀତି ରୋକିବାକୁ ହେଲେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଭିତରେ ସମନ୍ୱୟ ଜରୁରୀ : ଜଷ୍ଟିସ ଅରିଜିତ ପଶାୟତ

Published By : Gurupada Nath | June 28, 2025 5:45 PM

କଟକ,୨୮/୬ : ନିକଟ ଅତୀତରେ ଯେତିକି ସରକାରୀ ଅଧିକାରୀ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି, ତାହା ସୂଚାଇ ଦେଉଛି କି ପ୍ରଶାସନିକ ସେବା ଆଢୁଆଳରେ ଦୁର୍ନୀତିଖୋରଙ୍କ ସଂଖ୍ୟା ବଢ଼ି ଚାଲିଛି। କଳାଧନ ଠାବ ସମ୍ପର୍କିତ ଏସଆଇଟି ବୈଠକରେ ଏହାକୁ ନେଇ ଘୋର ଉଦବେଗ ପ୍ରକାଶ ପାଇଛି। ତେବେ ଦୁର୍ନୀତି ରୋକିବାକୁ ହେଲେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଭିତରେ ସମନ୍ୱୟ ରହିବା ଜରୁରୀ ଏବଂ ଦୁର୍ନୀତିଖୋରମାନେ ଆଇନ ଅଦାଲତରେ କିପରି ଦଣ୍ଡିତ ହୋଇପାରିବେ ସେ ନେଇ ଆଜି ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ତେବେ ରାଜ୍ୟରେ ବଢି ଚାଲିଥିବା ଅବାଧ ନିଶା କାରବାରକୁ ରୋକିବା ଦିଗରେ ଠୋସ ପଦକ୍ଷେପ ନେବା ଉପରେ ମଧ୍ୟ ଆଜିର ବୈଠକରେ ବିଶେଷ ଭାବେ ଆଲୋଚନା ହୋଇଛି। 

ଖୁବ ଅଳ୍ପ ଦିନ ଭିତରେ ବହୁ ସଂଖ୍ୟକ ଦୁର୍ନୀତିଖୋର ଅଧିକାରୀ ବିଭିନ୍ନ ମାମଲାରେ ଗିରଫ ହେଲେଣି। ଏହା ସୂଚାଇ ଦେଉଛି କି, ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କର ସଂଖ୍ୟା ବଢିଛି। କିନ୍ତୁ ସେମାନଙ୍କୁ ଠାବ କରାଯିବା ସହିତ ଆଇନ ଅଦାଲତରେ ଦଣ୍ଡିତ କରିପାରିଲା ଭଳି ପଦକ୍ଷେପ ନେବାକୁ ଆଜି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କଳାଧନ ଠାବ କରିବା ଉଦେଶ୍ୟରେ ଗଠିତ ହୋଇଥିବା ଏସଆଇଟିର ବୈଠକ ଆଜି କଟକରେ ଅନୁଷ୍ଠିତ ହୋଇଛି । ବୈଠକରେ ଓଡିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଯେଉଁ ରିପୋର୍ଟ ପ୍ରଦାନ କରାଯାଇଛି, ତାକୁ ନେଇ ଜଷ୍ଟିସ ପଶାୟତ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀମାନେ ଦୁର୍ନୀତି ମାମଲାରେ ଛନ୍ଦି ହେବା ଏକ ଚିନ୍ତାର ବିଷୟ। ତେଣୁ ସରକାରୀ ସେବାରେ ଯେପରି ଦୁର୍ନୀତି ନ ହେବ, ସେ ନେଇ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ବିଶେଷ ଧ୍ୟାନ ଦେବାକୁ ଆଜିର ବୈଠକରେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ।

ତେବେ ଓଡିଶା ସମେତ ପୂର୍ବ ଭରତରେ ଅବାଧ ନିଶା କାରବାର ବଢ଼ିବାରେ ଲାଗିଛି, ଯାହା ଜରିଆରେ ବିପୁଳ କଳାଧନ କାରବାର ହେଉଛି। ନିଶା କାରବାରକୁ ରୋକା ନ ଗଲେ ସାମାଜିକ ସ୍ଥିତି ବିଗିଡ଼ିବା ସହ କଳାଧନ ଠାବ କରିବା ମୁସ୍କିଲ ହୋଇଯିବ। ତେଣୁ ଅବାଧ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଆଜି କେତେକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ହୋଇଛି । ତେବେ ଚିଟ ଫଣ୍ଡ ଜମାକାରୀମାନେ କେତେକାଂଶରେ ଜମା ଟଙ୍କା ଫେରି ପାଇଲେଣି । ଏହାକୁ ତ୍ୱରାନ୍ୱିତ କରିବା ଉପରେ ଆଜି ବିଶେଷ ଭାବେ ଆଲୋଚନା କରାଯାଇଛି । ଏହା ବ୍ୟତୀତ ବଢ଼ି ଚାଲିଥିବା ଜିଏସଟି ଠକେଇ, ଅନ ଲାଇନ ଠକେଇକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ନେବାକୁ ମଧ୍ୟ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ।

ଆଜିର ବୈଠକରେ ପ୍ରବର୍ତ୍ତନ ନିର୍ଦେଶାଳୟ, ରାଜ୍ୟ ଭିଜିଲାନ୍ସ , କ୍ରାଇମବ୍ରାଞ୍ଚ ସେଣ୍ଟ୍ରାଲ ବ୍ୟୁରୋ ଅଫ ଡ଼ାଇରେକ୍ଟ ଟାକ୍ସେସ, ଜିଏସଟି ସମେତ ପ୍ରାୟ ୧୧ଟି ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହା ବ୍ୟତୀତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ବହୁ ବରିଷ୍ଠ ଅଧିକାରୀମାନେ ଆଜିର ବୈଠକରେ ଯୋଗଦେଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.