ଆସିକା, ୨୮/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଦୁର୍ଘଟଣା। ଅଟୋ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ମୃତକ ହେଲେ ଲଷ୍ମୀପୁର ଗ୍ରାମର ୫୨ ବର୍ଷୀୟ ମାଲୁଣି ଦାସ। ଗୁରୁତରମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଶନିବାର ଏକ ଅଟୋ ଲଷ୍ମୀପୁରରୁ ୧୨ ଜଣ ଶ୍ରମିକଙ୍କୁ ଧରି ବାହାଡ଼ାଗୁଡା କେନାଲ କାମକୁ ଯାଉଥିଲା। ହେଲେ ହଠାତ୍ ଦାନ ଗାଁ ନିକଟରେ ଜଣେ ଅଟୋରୁ ଖସି ପଡିବାରୁ ତାକୁ ଧରିବା ପାଇଁ ଅଟୋ ଚାଳକ ଉଦ୍ୟମ କରିଥିଲେ । ଯାହା ଫଳରେ ଅଟୋଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣକ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଅଟୋକୁ ଜବତ କରି ତଦନ୍ତ ଚଳାଇଛି ।