ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

'ରାହୁଲଙ୍କ ଭାଷଣ ଅପରିପକ୍ଵ, ପଞ୍ଚାୟତସ୍ତରୀୟ ନେତାଙ୍କ ଭଳି ଲାଗିଲା'

Published By : Rasmita Pradhan | July 11, 2025 2:58 PM

ଭୁବନେଶ୍ଵର, ୧୧/୦୭ : ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣକୁ ନେଇ ଟାର୍ଗେଟ୍ କଲେ ବିଜେପି ବିଧାୟକ ଜୟ ନରାୟଣ ମିଶ୍ର। ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଭାଷଣ ଅପରିପକ୍ଵତାର ପ୍ରମାଣ ଦେଉଛି। ରାହୁଲଙ୍କ ଭାଷଣରେ ତଥ୍ୟ ନାହିଁ। ଗୋଟେ ଅପରିପକ୍ୱ, ପଞ୍ଚାୟତସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା। ଏହା ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା। ସମ୍ବିଧାନକୁ ଆମେ ବଞ୍ଚାଉଛୁ, ସେମାନେ ଦୁଷ୍କର୍ମ କରିଥିଲେ। ୩୭୦ ଧାରା ଲଗେଇ ରାଜ୍ୟ ରାଜ୍ୟ ଭିତରେ ପ୍ରାର୍ଥକ୍ୟ ଆଣିଥିଲେ। ଆମେ ସମାନତା ଆଣିଛୁ। 

ଜୟ ନାରାୟଣ କହିଛନ୍ତି, ସ୍ୱଧିନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ ? ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର। ଖାଲି ଅଦାନି ଅମ୍ବାନୀ କହିଦେଲେ ହେବ ନାହିଁ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଅଦାନିକୁ କେତେ କାମ ଦେଇଛନ୍ତି, ସେକଥା କୁହନ୍ତୁ। ସମ୍ବିଧାନ ବ୍ୟବସ୍ଥାରେ ଟେଣ୍ଡରରେ ଯିଏ ଯାହା ପାଇଲା ତାକୁ କେହି ମନା କରିପାରିବେ ନାହିଁ। ଶିଳ୍ପ ଅଭିବୃଦ୍ଧି ନଘଟିଲେ ଗୋଟେ ଦେଶର ଅଭିବୃଦ୍ଧି ହେବ କେମିତି? ରାହୁଲ ଟିକେ ଟିକେ ଭାଷଣ କହି ଶିଖିବାରୁ ତାଙ୍କୁ ଧନ୍ୟବାଦ। 

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କୁ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି। ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି। କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କୁ କେଉଁଠି ସଶକ୍ତିକରଣ କରାଯାଇଛି। ସୁଭଦ୍ରା ଯୋଜନାରେ ୧୦ ହଜାର ଦେଲୁଣି ଆହୁରି ୪୦ ହଜାର ଦେବୁ। ବର୍ତ୍ତମାନ ରାସ୍ତା ୟୁରୋପିଆନ ଦେଶ ଭଳି ହୋଇଛି। କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା। ମହିଳା ନିଖୋଜ ସବୁଠୁ ଚିନ୍ତାଜନକ, ଅଧିକ ଥିଲେ ବିଜେଡ଼ି ସରକାରରେ। ରାହୁଲ ଗାନ୍ଧି ତଥ୍ୟ ଦିଅନ୍ତୁ, ଗୋଟେ ବର୍ଷରେ ୪୦ ହଜାର ନା ୪୦୦ । ସେ ଯଦି ତଥ୍ୟ ଦେବେ ଓଡ଼ିଶା ପୁଲିସ ଖୋଜି ବାହାର କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.