ପ୍ରମୂଖ ଖବର
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚିକିତ୍ସାରେ ସାଙ୍ଘାତିକ ଅବହେଳା, ଛୁଆ ବଦଳରେ ମାଆକୁ ଇଞ୍ଜେକସନ ଫୋଡି ଦେଲେ ନର୍ସ

Published By : Prameya | July 12, 2025 8:58 AM

ଖଡ଼ିଆଳ,୧୨/୦୭: ପୁଅ ବଦଳରେ ମାଆକୁ  ଦିଆଗଲା ଇଞ୍ଜେକସନ । ଏମିତି ଏକ ଅଭିଯୋଗ  ଆସିଛି ଖଡ଼ିଆଳ ହସ୍ପିଟାଲରୁ । ନୂଆପଡ଼ା ଜିଲ୍ଲା  ଖଡ଼ିଆଳ ବ୍ଲକ ବରଗାଁର ରାଜୁ ତାଣ୍ଡିଙ୍କ ଦୁଇବର୍ଷର ପୁଅ ଡୁଲେଶ୍ୱରକୁ ଜ୍ୱର ହେବାରୁ ଶୁକ୍ରବାର ଡାକ୍ତରଖାନାକୁ  ଆଣିଥିଲେ । ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର  କୁମାର ମାଝିଙ୍କୁ ଦେଖାଇଥିଲେ । ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ ।  କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆକୁ ଇଞ୍ଜେକସନ ଦେବା ବଦଳରେ ମାଆ ଅଞ୍ଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

ଅଞ୍ଜୁଙ୍କ ପେଟରେ ଛୁଞ୍ଚି ଫୋଡିବାର ଚିହ୍ନ  ସ୍ପଷ୍ଟ ଭାବରେ ଦିଶୁଛି । ତାଙ୍କ ପେଟ ଦରଦ ହେଉଥିବା ଅଞ୍ଜୁ  କହିଛନ୍ତି । ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି  ଯାଇଥିବ ବୋଲି କହିଥିଲେ । ଏନେଇ ମେଡିକାଲ ଇନ୍‌ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝିଙ୍କୁ ପଚାରିବାରୁ ଏହାର ତଦନ୍ତ  କରାଯିବ । ମାଆର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବନାହିଁ ବୋଲି ଜଣାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.