ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ

Published By : Prameya | July 12, 2025 9:12 AM

ଭୁବନେଶ୍ୱର/କଟକ/ପୁରୀ,୧୨/୦୭: ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ ସଂଘ। ଆଜିଠୁ ଗଡ଼ିଲା ଘରୋଇ ବସ୍। ସାରା ରାଜ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାର ସୁରକ୍ଷା ଦେବା ପାଇଁ ମାଲିକ ସଂଘ ଦାବି କରିଛନ୍ତି। 

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ  ଧୀରେ ପ୍ରଭାବହୀନ ହେବାରେ ଲାଗିିଥିଲା । ଲିଖିତ  ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିବୁନି ବୋଲି ଡ୍ରାଇଭର ମହାସଂଘ ସଭାପତି  ପ୍ରଶାନ୍ତ ମେଣ୍ଡୁଲି ଜିଦ୍‌ ଧରିଛନ୍ତି । ଅନ୍ୟପଟେ  ଶୁକ୍ରବାର ଆନ୍ଦୋଳନ ମଇଦାନ ଛାଡି ଅନେକ ଡ୍ରାଇଭର ଷ୍ଟିଅରିଂ ଧରିଛନ୍ତି । ଆଜିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳ  ଆରମ୍ଭ ହୋଇଛି।

ଶୁକ୍ରବାର ସନ୍ଧ୍ୟାରେ ପୁରୀ ବସ୍‌ଷ୍ଟାଣ୍ଡସ୍ଥିତ  ସଂଘ କାର୍ଯ୍ୟାଳୟରେ ଏନେଇ ବସ୍‌  ଡ୍ରାଇଭରମାନଙ୍କ ସହ ଆଲୋଚନା ଚାଲିଥିଲା ।  ବସ୍‌ ମାଲିକ ସଂଘ ସଭାପତି ଲୋକନାଥ ପାଣି  କହିଛନ୍ତି, ଆନ୍ଦୋଳନକୁ ଆଉ କେତେ ଦିନ  ଅପେକ୍ଷା କରିଛୁ । ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ  ରଖି ସବୁ ରାଜ୍ୟର ବସ୍‌ ଚଳାଚଳ ନିଷ୍ପତ୍ତି ନେଇଛୁ । ଆନ୍ଦୋଳନ ସତ୍ତେ୍ୱ ଜାତୀୟ ରାଜପଥ  ଓ ରାଜ୍ୟ ରାଜପଥରେ ୨ ହଜାର ଯାତ୍ରୀବାହୀ  ବସ୍‌ ଗଡ଼ୁଥିଲା । ଆଜି ଠାରୁ ରାଜ୍ୟରେ ସମସ୍ତ ୧୪ ହଜାର ଘରାଇ ବସ୍‌ ଗଡିଛି । ୫୨  ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛି।

ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ  କହିଛନ୍ତି, ଆନ୍ଦୋଳନ ବେଳେ ରେଢ଼ାଖୋଳ,  ଅନୁଗୁଳ ଆରଟିଓ ଅଫିସ ସାମ୍ନାରେ କିଛି  ବସ୍‌କୁ ଭଙ୍ଗାରୁଜା କରାଯାଇଛି । କେନ୍ଦ୍ରାପଡ଼ା  ରୁଟ୍‌ରେ ରାଜକନିକା ଓ ଦୁହୁରିଆ ଛକରେ,  ପାରାଦୀପର ଭୁତମୁଣ୍ଡାଇ, ବଲାଙ୍ଗିର-ଖଡି଼ଆଳ-ଭୁବନେଶ୍ୱର ରୁଟ୍‌ରେ ଦଶପଲା  ଓ ନୟାଗଡ଼ରେ, ଭୁବନେଶ୍ୱର-ପୁରୀ ରାସ୍ତାର  ପିପିଲି ଟୋଲ ଗେଟ୍‌, ମାଳତିପାଟପୁର ଠାରେ ଆନ୍ଦୋଳନକାରୀମାନେ ବସ୍‌କୁ ଅଟକାଉଛନ୍ତି ।  ଏସବୁ ରୁଟ୍‌ରେ ବସ୍‌ଗୁଡିକୁ ସୁରକ୍ଷା ଦେବାକୁ  ସରକାର ପଦକ୍ଷେପ ନିଅନ୍ତୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.