ନୂଆଦିଲ୍ଲୀ : ପହଲଗାମ୍ରେ ନିକଟରେ ହୋଇଥିବା ଆତଙ୍କୀ ହମଲା ପରେ , ଭାରତରେ ସୀମାବର୍ତ୍ତୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ଉତ୍ତେଜନା ବଢି ଯାଇଛି। ଗ୍ରାମବାସୀଙ୍କୁ ଆହୁରି ଉତ୍ତେଜନା ବୃଦ୍ଧିର ଆଶଙ୍କା ମଧ୍ୟରେ ନିଜର ଅଣ୍ଡରଗ୍ରାଉଣ୍ଡ ବଙ୍କର ଗୁଡ଼ିକୁ ସଫା କରିବା ଓ ପ୍ରସ୍ତୁତ କରିବାକୁ ନେଇ କୁହାଯାଉଛି। ପାକିସ୍ତାନୀ ସେନା ପୋଷ୍ଟ ନିକଟରେ ଥିବା ଗାଁର ଲୋକେ ସତର୍କତା ପୂର୍ବକ ପୁରୁଣା ଅଣ୍ଡରଗ୍ରାଉଣ୍ଡ ବଙ୍କର ଗୁଡ଼ିକୁ ସଫା କରିବା ଓ ଜରୁର ଜିନିଷ ଗୁଡ଼ିକୁ ମହଜୁଦ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ରାମବାସୀ, ଯିଏ ନିକଟତମ ବର୍ଷ ଗୁଡ଼ିକରେ ସୀମା ପାର୍ ଗୁଳିକାଣ୍ଡକୁ ଭୁଲି ସାରିଛନ୍ତି , ଏବେ କୌଣସି ବି ସମ୍ଭାବିତ ଉତ୍ତେଜନା ପାଇଁ ପ୍ରସ୍ତୁତି କରୁଛନ୍ତି। ଫଟୋରେ ତାଙ୍କୁ ବଙ୍କର ଗୁଡ଼ିକରେ କମ୍ୱଳ ଓ ଶେଯ ସଜାଡ଼ିବାର ଦେଖିବାକୁ ମିଳୁଛି।
ଜଣେ ଗ୍ରାମବାସୀ କହିଛନ୍ତି, ଲୋକେ ବଙ୍କର ଗୁଡ଼ିକୁ ଭୁଲି ଯାଇଥିଲେ। ଏବେ ବଙ୍କର ଗୁଡ଼ିକର ପୁଣି ଥରେ ସଫା କରାଯାଉଛି। ଡ଼ରର ମାହୋଲ ଅଛି , କିନ୍ତୁ ଆମର ଆଶା ଯେ ଘାଟୀରେ ସଦଭାବ ଜାରି ରହିବ। ଏହି ଗାଁର ଆଉ ଜଣେ ନିବାସୀ କହିଛନ୍ତି , ଆମେ ସରକାରଙ୍କ ସହ ଅଛୁ , ଆମ ତାଙ୍କ ସହ ଠିଆ ହେଉଛୁ। ଆମେ ଆତଙ୍କୀ ହମଲାର ଦୃଢ ଭାବେ ନିନ୍ଦା କରୁଛୁ , ଆମେ ନିଜର ସେନା ଓ ପ୍ରଶାସନ ସହ ଅଛୁ। ଯେବେ ବି ତାଙ୍କୁ ଆମର ଆବଶ୍ୟକ ହେବ, ଆମେ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ , ଏମିତି କି ନିଜର ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛୁ।
ସେ କହିଛନ୍ତି, ପ୍ରଥମେ ଏହି ଅଞ୍ଚଳରେ ଗୁଳିକାଣ୍ଡର ଘଟଣା ହେଉଥିଲା। ଆମ ଗାଁ ଏଲଓସି ପାଖରେ ରହିଛି। ଆମେ ବଙ୍କର ଗୁଡ଼ିକର ସଫା କରୁଛୁ ,ଯାହାକି ଏମିତି ଘଟଣା ଘଟିବା ବେଳେ ଆମେ ନିଜର ପରିବାରକୁ ସୁରକ୍ଷିତ ସ୍ଥାନକୁ ନେଇ ପାରିବୁ। ଆମେ କେନ୍ଦ୍ର ସରକାରଙ୍କ ପାଖରେ କୃତଜ୍ଞ ଯେ, ସେ ଆମ ପାଇଁ ଏମିତି ବଙ୍କର ସବୁ କରାଇଛନ୍ତି। ଏଥିରୁ ଅନେକ ବଙ୍କର, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ପରେ ‘ମୋଦି ବଙ୍କର’ ନାମରେ ମଧ୍ୟ କୁହାଯାଉଛି । ସେ ନିର୍ମାଣ ପାଇଁ ଖୁବ୍ ଜୋର ଦେଇଥିଲେ। ଏହାର ନିର୍ମାଣ ନିୟନ୍ତ୍ରଣ ରେଖାରେ ଖୁବ୍ ଗୁଳିଚାଳନା ବେଳେ ନାଗରିକଙ୍କ ସୁରକ୍ଷା ପାଇଁ କରାଯାଇ ଥିଲ।