ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକ୍‌ ମନ୍ତ୍ରୀଙ୍କୁ ଅପାଠୁଆ ମୂର୍ଖ କହିଲେ ଅଦନାନ, ଗାୟକଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଥିଲେ

Published By : Krishna Priya | April 27, 2025 8:21 AM

ମୁମ୍ବାଇ ୨୭/୦୪: ପହଲଗାମ୍‌ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ଭାରତ ଅଲ୍ଟିମେଟମ୍‌ ଦେଇସାରିଛି । ଇତିମଧ୍ୟରେ ପାକିସ୍ତାନର ପୂର୍ବ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧରୀ ଗାୟକ ଆଦନାନ ସାମୀଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଜଣେ ଭାରତୀୟ ସାମ୍ବାଦିକ ପହଲଗାମ୍‌ ଆକ୍ରମଣ ପରେ କେନ୍ଦ୍ରର ନିଷ୍ପତ୍ତି ବିଷୟରେ ଲେଖିଥିଲେ, ଯେଉଁଥିରେ ପାକ୍‌ ନାଗରିକଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି । ଏହି ଘଟଣାକ୍ରମ ଉପରେ ପ୍ରତିକ୍ରିୟା ଦେଇ ଫୱାଦ ଚୌଧରୀ ଲେଖିଛନ୍ତି ‘ଅଦନାନ ସାମୀଙ୍କ ବିଷୟରେ କ’ଣ?’ ଅଦନାନ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଫୱାଦ ଚୌଧରୀଙ୍କ ଟ୍ୱିଟ୍‌କୁ ଶେୟାର କରି ସେ ଲେଖିଛନ୍ତି ‘ଏହି ଅପାଠୁଆ ମୂର୍ଖକୁ କିଏ କହିବ ।’ ଏଥିସହିତ ସେ ସ୍ମାଇଲି ଇମୋଜି ଦେଇଛନ୍ତି । 

ସୂଚନାଯୋଗ୍ୟ, ଅଦନାନଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିଲା । ତାଙ୍କ ବାପା ଅରଶଦ ସାମୀ ଖାନ୍‌ ପାକିସ୍ତାନୀ ଥିଲେ ଏବଂ ତାଙ୍କ ମା’ ନୂରୀନ ଖାନ୍‌ ଜମ୍ମୁ ବାସିନ୍ଦା ଥିଲେ । ଅଦନାନଙ୍କ ପାଖରେ ପୂର୍ବରୁ ପାକିସ୍ତାନୀ ନାଗରିକତା ଥିଲା । ଡିସେମ୍ବର ୨୦୧୬ରେ ତାଙ୍କୁ ଭାରତୀୟ ନାଗରିକତା ମିଳିଲା । ଭାରତୀୟ ନାଗରିକତା ପାଇଁ ତାଙ୍କୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ତେବେ ୧୯୮୬ରେ ଇଂରାଜୀ ଆଲ୍‌ବମରୁ କ୍ୟାରିଅର ଆରମ୍ଭ କରିଥିଲେ ଅଦନାନ । ୧୯୮୯ରେ ଉସ୍ତାଦ ଜାକିର ହୁସେନଙ୍କ ସହ ତାଙ୍କର ପ୍ରଥମ କ୍ଲାସିକଲ୍‌ ଆଲ୍‌ବମ ଆସିଥିଲା । ୨୦୦୦ ମସିହାରେ ଆଶା ଭୋଁସଲେଙ୍କ ସହ ଆଦନାନ ‘କଭି ତୋ ନଜର ମିଲାଓ’ ଆଲ୍‌ବମ କଲେ । ତା’ପରେ ଅମିତାଭ ବଚ୍ଚନଙ୍କ ସହ ‘ଲିଫ୍ଟ କରା ଦେ’, ‘କଭି ନହିଁ’ ଭଳି ହିଟ୍‌ ଆଲ୍‌ବମ କଲେ । ତାଙ୍କର ଆଉ ଏକ ଷ୍ଟୁଡିଓ ଆଲ୍‌ବମ ‘ତେରା ଚେହରା’ ଅକ୍ଟୋବର ୨୦୦୨ରେ ରିଲିଜ୍‌ ହୋଇଥିଲା । 




‘ଲକି: ନୋ ଟାଇମ୍‌ ଫର୍‌ ଲଭ୍‌’ରେ ସୁନ୍‌ ଜରା ଓ ‘ବଜରଙ୍ଗୀ ଭାଇଜାନ୍‌’ର ଭର୍‌ ଦୋ ଝୋଲି ମେରୀ ଭଳି ହିଟ୍‌ ଗୀତ ଗାଇଛନ୍ତି ଅଦନାନ । ଏହା ସହିତ ‘ୟେ ରାସ୍‌ତେ ହେଁ ପ୍ୟାର୍‌ କେ’, ‘ଧମାଲ୍‌’, ‘୧୯୨୦’, ‘ଚାନ୍ସ ପେ ଡାନ୍ସ’, ‘ମୁମ୍ବାଇ ସାଲସା’, ‘ଖୁବ୍‌ସୂରତ୍‌’, ‘ସଦିୟାଁ’ ଓ ‘ଶୌର‌୍ୟ’ ଭଳି ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.