ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

'ଚୌକି ମିଳିବା ବହୁତ ମୁସକିଲ୍‌', ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଙ୍ଗାମା ଭିତରେ ଏମିତି କହିଲେ ଡିକେ ଶିବକୁମାର

Published By : Ankita S | July 12, 2025 3:12 PM

ବେଙ୍ଗାଲୁରୁ,୧୨/୦୭: ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ଦେଖିବାକୁ ମିଳିଛି । ସିଏମ୍ ସିଦ୍ଧରମୈୟା ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲେ କି ନେତୃତ୍ବରେ ପରିବର୍ତ୍ତନ ହେବ ନାହିଁ । ହେଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିକଟରେ ଦେଇଥିବା ବୟାନରୁ କଂଗ୍ରେସରେ ଏବେ ବି ସିଏମ୍ ଚୌକି ବିବାଦ ଥମି ନଥିବା ସ୍ପଷ୍ଟ ହୋଇଛି ।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପୁଣି ଥରେ ଏପରି ବୟାନ ଦେଇଛନ୍ତି, ଯାହା ପରେ ରାଜନୈତିକ କରିଡରରେ ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଇଁ ବିବାଦର ଆଲୋଚନା ପୁଣି ଆରମ୍ଭ ହୋଇଛି। ଡିକେ ଶିବକୁମାର କହିଛନ୍ତି ଯେ, ''ଆମେ ସମସ୍ତେ ଚୌକି ପାଇଁ ଲଢୁଛୁ। ଏଠାରେ ଅନେକ ଚୌକି ଖାଲି ରହିଛି । ଆସି ବସିଯାଅ । ଚୌକି ପାଇବା ବହୁତ କଷ୍ଟକର । ଯେତେବେଳେ ତୁମେ ଚୌକି ପାଇବ, ତୁମେ ବସିବା ଉଚିତ୍ ।'' ବେଙ୍ଗାଲୁରୁ ସିଟି ସିଭିଲ୍ କୋର୍ଟରେ ବାଙ୍ଗାଲୋର ବାର ଆସୋସିଏସନ୍ ଦ୍ୱାରା ଆୟୋଜିତ କେମ୍ପାଗୌଡା ଜୟନ୍ତୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶିବକୁମାର ଏହା କହିଛନ୍ତି । 

ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ କନ୍ଦଳ ଥମିନାହିଁ- ଡେପୁଟି ସିଏମ୍‌ ଡିକେଙ୍କ ଚୌକି ମନ୍ତବ୍ୟ ପୁଣି ଥରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ୍ଷମତା ସଂଘର୍ଷର କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛି । ଯଦିଓ ସିଦ୍ଧରମୈୟା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ନେତୃତ୍ୱ ପରିବର୍ତ୍ତନ ହେଉନାହିଁ, କିନ୍ତୁ ଶିବକୁମାରଙ୍କ ବୟାନରୁ ସ୍ପଷ୍ଟ ଯେ କଂଗ୍ରେସରେ ଶୀର୍ଷ ପଦବୀକୁ ନେଇ ଅନ୍ତକନ୍ଦଳ ଏପର୍ଯ୍ୟନ୍ତ ଥମିନାହିଁ ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମତ କ’ଣ? ଗୁରୁବାର ଦିନ ସିଦ୍ଧରମୈୟା କହିଥିଲେ ଯେ, କଂଗ୍ରେସ ସରକାର ତାର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବ । ମୁଁ ମୁଖ୍ୟମନ୍ତ୍ରୀ ରହିବି । ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।''  ହେଲେ ଡିକେ ଶିବକୁମାରଙ୍କ ଏହି ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ, ଦଳ ଭିତରେ ବିବାଦର ଖବର ତାଜା ରହିଛି । ହେଲେ ସିଦ୍ଧରମୈୟାଙ୍କ ବିବୃତ୍ତି ସୂଚାଇଛି ଯେ, କଂଗ୍ରେସ ହାଇକମାଣ୍ଡ ବର୍ତ୍ତମାନ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ କରିବା ମନୋଭାବରେ ନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.