ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କର୍ଣ୍ଣାଟକର ନିର୍ଜନ ଜଙ୍ଗଲ ଗୁମ୍ଫାରୁ ଦୁଇ ଝିଅ ସହ ଉଦ୍ଧାର ହେଲେ ରୁଷ ମହିଳା, ୨୦୧୭ରୁ ସରି ଯାଇଛି ଭିସା : ଜାଣନ୍ତୁ କ’ଣ କହି​‌ଲେ କାରଣ ?

Published By : Harapriya Biswal | July 12, 2025 8:03 PM

ନୂଆଦିଲ୍ଲୀ,୧୨।୭:  ମାଳ ମାଳ ବିଷାକ୍ତ ସାପ ଓ ବନ୍ୟ ଜନ୍ତୁଙ୍କ ଭିତରେ ରହୁଥିଲେ। ଦିନେ କିମ୍ବା ଦୁଇ ଦିନ ନୁହେଁ ପୁରା ଦୁଇ ସପ୍ତାହ ଧରି ଥିଲେ ରୁଷୀୟ ମହିଳା ଓ ତାଙ୍କର ଦୁଇ ଛୋଟ ଛୋଟ ଝିଅ।  କର୍ଣ୍ଣାଟକର ଗୋକର୍ଣ୍ଣରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା । ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲର ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି ଜଣେ ରୁଷିଆନ୍ ମହିଳା ଏବଂ ତାଙ୍କର ଦୁଇ   ଝିଅ। ମହିଳାଙ୍କ ନାଁ ହେଉଛି କୁଟିନା ଓରଫ ମୋହି। ରାମତୀର୍ଥ ପାହାଡ଼ର ଶୀର୍ଷରେ ଥିବା ଏକ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ଗୁମ୍ଫାରେ ରହୁଥିଲେ।

  

ପୋଲିସର ସୂଚନା ଅନୁଯାୟୀ, ୪୦ ବର୍ଷୀୟ କୁଟିନା ତାଙ୍କ ୬ ବର୍ଷୀର ଝିଅ ପ୍ରେୟା ଏବଂ ୪ ବର୍ଷର ଝିଅ ଅମାଙ୍କ ରହୁଥିଲେ। ଗୁମ୍ଫା ଭିତର ସେ ଏକ ରୁଦ୍ର ମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଦିନରାତି ପୂଜା ଏବଂ ଧ୍ୟାନ କରୁଥିଲେ। ଚାରିପାଖରେ ଘଞ୍ଚ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ପାହାଡ ଥିଲା।  ଏପରିକି ଚାରିପାଖେ ବିଷାକ୍ତ  ସାପ ଓ ବନ୍ୟଜନ୍ତୁଙ୍କ ବିପଦ ମଧ୍ୟ ଥିଲା।  ସେଠାରେ ମହିଳା ଜଣକ ସମ୍ପୂର୍ଣ୍ଣ ଏକାକୀ ରହୁଥିଲେ। ନିକଟରେ ହୋଇଥିବା ଭୂସ୍ଖଳନ ପରେ ପୋଲିସ ସେହି ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟର ଗୁମ୍ଫା ବାହାରେ କିଛି ପୋଷାକ ଶୁଖିବାର ଦେଖିଥିଲା। ପୋଲିସ ସନ୍ଦେହ କରି ସେଠାରେ ପହଁଞ୍ଚିଥିବା ପରେ ଏହି ଘଟଣା ଜଣା ପଡିଥିଲା।

କୁଟିନା ଏବଂ ତାଙ୍କର ଦୁଇ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପଚରାଉଚରା ବେଳେ ସେ ଆଧ୍ୟାତ୍ମିକ ଶାନ୍ତିର ସନ୍ଧାନରେ ଗୋଆରୁ ଗୋକର୍ଣ୍ଣ ଆସିଥିଲେ ବୋଲି କହିଛନ୍ତି। ସହରାଞ୍ଚଳ ଜୀବନର ବ୍ୟସ୍ତତାରୁ ଦୂରରେ ଧ୍ୟାନ ଏବଂ ପ୍ରାର୍ଥନା କରିବା ପାଇଁ ଜଙ୍ଗଲ ଗୁମ୍ଫାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ କୁଟିନାଙ୍କ ଉଦ୍ଦେଶ୍ୟ ଆଧ୍ୟାତ୍ମିକ ଥିଲା, କିନ୍ତୁ କର୍ତ୍ତୃପକ୍ଷ ଏପରି ପରିବେଶରେ ପିଲାମାନଙ୍କ ସୁରକ୍ଷା ବିଷୟରେ ଅତ୍ୟନ୍ତ ଚିନ୍ତିତ ଥିଲା। କାର ସେଠାରେ ଅନେକ ବିଷାକ୍ତ ସାପ ସମେତ ବନ୍ୟଜନ୍ତୁ ମଧ୍ୟ ବାସ କରନ୍ତି। ଏହି କାରଣରୁ, ଏହି ସ୍ଥାନକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କୁହାଯାଏ। ପୋଲିସ କୁଟିନା ଏବଂ ତାଙ୍କ ଦୁଇ ଝିଅଙ୍କୁ ଗୋକର୍ଣ୍ଣର ଜଣେ ସାଧବୀଙ୍କ ଦ୍ୱାରା ପରିଚାଳିତ ଏକ ଆଶ୍ରମରେ ରଖିଛି।ସେମାନଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

ତଦନ୍ତରୁ ଜଣାପଡିଛି ଯେ କୁଟିନା ୧୭ ଏପ୍ରିଲ୍ ୨୦୧୭ ପର୍ଯ୍ୟନ୍ତ ବୈଧ ବିଜନେସ୍ ଭିସାରେ ଭାରତରେ ପ୍ରବେଶ କରିଥିଲେ। ୧୯ ଏପ୍ରିଲ୍ ୨୦୧୮ରେ ଗୋଆର ଏଫ୍ଆରଆରଓ ପାଣାଜୀ ଦ୍ୱାରା ତାଙ୍କୁ ଏକ ଏକଜିଟ୍ ପରମିଟ୍ ପ୍ରଦାନ କରାଯାଇଥିଲା। ତା ପରେ ସେ ନେପାଳ ଚାଲିଯାଇଥିଲେ। ହେଲେ ୮ ସେପ୍ଟେମ୍ବର  ୨୦୧୮ରେ ପୁନର୍ବାର ଭାରତରେ ପ୍ରବେଶ କରିଥିଲେ। ସେବେଠାରୁ ସେ ଏଠାରେ ରହୁଛନ୍ତି। ଏହା ସହିତ, ସେମାନଙ୍କୁ ରୁଷ ପଠାଇବାର ପ୍ରକ୍ରିୟା ଆରମ୍ଭ କରାଯାଉଛି। ଏକ ସ୍ଥାନୀୟ ଏନଜିଓ ସହାୟତାରେ, ରୁଷ ଦୂତାବାସ ସହିତ ଯୋଗାଯୋଗ କରାଯାଇଛି ଏବଂ ସମସ୍ତ ଆଇନଗତ ଔପଚାରିକତା ଆରମ୍ଭ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.