ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏବେ ତିରୁପତି ମନ୍ଦିରରେ କାମ କରୁଛନ୍ତି ୧ ହଜାର ଅଣ-ହିନ୍ଦୁ କର୍ମଚାରୀ, ତୁରନ୍ତ ହଟାଇବାକୁ ଦାବି କଲେ କେନ୍ଦ୍ରମନ୍ତ୍ରୀ

Published By : Swapna Ray | July 12, 2025 3:29 PM

ତିରୁପତି, ୧୨।୭: ଟିଟିଡି ଭାରତର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଭିତରୁ ଗୋଟିଏ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପରିଚାଳନା ଦାୟିତ୍ୱ ନେଇଛି । ଏହି ମନ୍ଦିରକୁ ଦେଶବିଦେଶରୁ କୋଟି କୋଟି ଭକ୍ତ ଆସିଥାନ୍ତି । ଏଠାରେ କେବଳ ହିନ୍ଦୁ କର୍ମଚାରୀ ନିଯୁକ୍ତ ହେବା ସହ ସଠିକ୍ ଧାର୍ମିକର ପରମ୍ପରାର ପାଳନ ହେବା ଉଚିତ୍ । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ତିରୁମାଳା ତିରୁପତି ଦେବସ୍ଥାନମ୍‌ରେ ଅଣ ହିନ୍ଦୁ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ମନ୍ଦିରରେ ପାଖାପାଖି ୧ ହଜାର ଅଣ ହିନ୍ଦୁ କର୍ମଚାରୀଙ୍କୁ ଟିଟିଡି ନିଯୁକ୍ତି ଦେଇଛି । ଭଗବାନ ଭେଙ୍କଟେଶ୍ୱରଙ୍କ ଉପରେ ଆସ୍ଥା ନଥାଇ ସନାତନ ଧର୍ମର ପାଳନ ନ କରି ଟିଟିଡିରେ କାମ କରୁଛନ୍ତି । 

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ପ୍ରଶ୍ନ କରିଛନ୍ତି ଯେ, ଯଦି ଅଣ ହିନ୍ଦୁ କର୍ମଚାରୀଙ୍କୁ ବହୁ ପୂର୍ବରୁ ନିଯୁକ୍ତି ଦିଆଯାଇଥିଲା, ତେବେ ଏ ପର୍ଯ୍ୟନ୍ତ ଏଥିରେ କାହିଁକି କୌଣସି ପରିବର୍ତ୍ତନ କରାଯାଇନାହିଁ । ଯଦି ମସଜିଦ୍-ଚର୍ଚ୍ଚରେ ହିନ୍ଦୁ କର୍ମଚାରୀ ନାହାନ୍ତି, ତେବେ ତିରୁପତି ମନ୍ଦିରରେ କାହିଁକି ? ଏହା କୌଣସି ଘୃଣାଭାବ ନୁହଁ, ଏହା ସାମ୍ପ୍ରଦାୟିକ କଥା । ଟିଟିଡି ମନ୍ଦିରର ସମସ୍ତ ଦାୟିତ୍ୱ କେବଳ ହିନ୍ଦୁଙ୍କୁ ଦେବା ଉଚିତ୍ । ଭାଜପାର ଜଣେ ନେତା କହିଛନ୍ତି ଯେ, ଏଥିରେ କୌଣସି ଲୁଚାଛପା କାରବାର ହୋଇଥାଇପାରେ । ଏହାର ସଠିକ୍ ଯାଞ୍ଚ ହେବା ଆବଶ୍ୟକ । ବନ୍ଦୀ ସଞ୍ଜୟ କୁମାର କହିଛନ୍ତି ଯେ, ଯେଉଁ ଅଣ ହିନ୍ଦୁମାନେ ଭଗବାନ ଭେଙ୍କଟେଶ୍ୱର ମନ୍ଦିରକୁ ଦର୍ଶନ ଲାଗି ଆସୁଛନ୍ତି, ଭଗବାନଙ୍କ ଉପରେ ଆସ୍ଥା ରଖିବାକୁ ସେମାନଙ୍କୁ କୁହାଯାଏ । ତେବେ ମନ୍ଦିରରେ ନିୟୋଜିତ ଥିବା ୧ ହଜାର ଅଣହିନ୍ଦୁ କର୍ମଚାରୀ ଯେଉଁମାନେ ଭଗବାନଙ୍କ ଉପରେ ଆସ୍ଥା ରଖୁନାହାନ୍ତି, ସେମାନଙ୍କୁ ମନ୍ଦିରରେ ଟିଟିଡି କେମିତି ନିଯୁକ୍ତି ଦେଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.