ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଆଲିଆ ଭଟ୍ଟଙ୍କ ପୂର୍ବତନ ସେକ୍ରେଟାରୀ ଗିରଫ; ୭୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

Published By : Anindita Ratha | July 9, 2025 2:31 PM

ମୁମ୍ବାଇ,୦୯/୦୭: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୂର୍ବତନ ସେକ୍ରେଟାରୀ ବେଦିକା ପ୍ରକାଶ ଶେଟ୍ଟୀ ଗିରଫ । ଆଲିଆଙ୍କ ପ୍ରଡକ୍ସନ୍ ହାଉସ୍ ଏବଂ ବ୍ୟକ୍ତିଗତ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ । ଏନେଇ ଜୁହୁ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି। ହେଲେ  ବର୍ତ୍ତମାନ ଯାଏ ଆଲିଆ ଭଟ୍ଟ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏହି ମାମଲାରେ କୌଣସି ବୟାନ ଜାରି କରାଯାଇ ନାହିଁ।

ସୂଚନା ଅନୁସାରେ, ବେଦିକା ଆଲିଆଙ୍କ ଦସ୍ତଖତ ଜାଲ କରି ଦୁଇ ବର୍ଷ ମଧ୍ୟରେ ୭୭ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । କିଛି ମାସ ପୂର୍ବରୁ ଆଲିଆଙ୍କ ମାଆ ସୋନି ରାଜଦାନ ବେଦିକାଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ । ଏହା ପରେ ଜୁହୁ ପୁଲିସ ତାଙ୍କ ବିରୋଧରେ BNS ଧାରା ୩୧୬(୪), ୩୧୮ (୪) ଅନୁଯାୟୀ ମାମାଲା ରୁଜୁ କରି  ୫ ମାସ ପରେ, ଅଭିଯୁକ୍ତକୁ ବାଙ୍ଗାଲୋରରୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଜୁଲାଇ ୧୦ ଯାଏଁ ତାଙ୍କୁ ହେପାଜତକୁ ପଠାଇଛନ୍ତି।  ତେବେ  'ଇଟରନାଲ ସନସାଇନ୍ ପ୍ରଡକ୍ସନ୍ସ' ଆଲିଆ ଭଟ୍ଟଙ୍କ ଦ୍ୱାରା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଆଲିଆଙ୍କ ଏହି ପ୍ରଡକ୍ସନ୍ ହାଉସର ପ୍ରଥମ ଫିଲ୍ମ 'ଡାର୍ଲିଙ୍ଗସ୍' ଥିଲା, ଯାହା ଶାହରୁଖ ଖାନଙ୍କ କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ସହିତ ସହ-ପ୍ରଯୋଜିତ ହୋଇଥିଲା । ଏହି ଫିଲ୍ମରେ ଆଲିଆ ଭଟ୍ଟ, ବିଜୟ ବର୍ମା ଏବଂ ଶେଫାଲି ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.